Odisha news

ଅସ୍ଥାୟୀ କ୍ୟାମ୍ପରେ ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନରେ ଦୁର୍ନିତୀର ଗନ୍ଧ

0

ବେତନଟୀ : ଆମ୍ଫାନ ସାମୁଦ୍ରିକ ଝଡ ଯେତେଟା ମୟୂରଭଞ୍ଜ ଜିଲ୍ଲାର କ୍ଷତି କରିବ ବୋଲି ଅନୁମାନ କରା ଯାଉ ଥିଲା ମୟୂରଭଞ୍ଜର ଗଡଦେବୀ ମାତା କୀଚକେଶ୍ୱରୀଙ୍କ ଅପାର କରୁଣାରୁ ସେତେ କ୍ଷତି ହୋଇ ନାହିଁ । ତଥାପି ଜିଲ୍ଲା ପ୍ରଶାସନର ନିଦେ୍ର୍ଦଶ କ୍ରମେ ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ସଂପ୍ରସାରଣ ଅଧିକାରୀ, ସରପଞ୍ଚ ଓ ଶିକ୍ଷକ ମାନେ ମିଳିତ ଭାବେ କଚ୍ଚା ଓ ଦୁର୍ବଳ ଘରେ ରହୁ ଥିବା ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ଆଣିବାର ବ୍ୟବସ୍ଥା କରି ଥିଲେ ।

ଏହି ସ୍ଥାନାନ୍ତର ହୋଇ ଥିବା ଲୋକ ମାନେ ସାଧାରଣତଃ ଆମ୍ଫାନ ଝଡ ଆସିବାର ପୂର୍ବରୁ ଅସ୍ଥାୟୀ କ୍ୟାମ୍ପକୁ ଆସି ଥିଲେ ଓ ଝଡ ଲ୍ୟାଣ୍ଡ ଫଲ ହେବା ପରେ ଘରକୁ ଫେରି ଯାଇ ଥିଲେ । ବାଲେଶ୍ୱର ଜିଲ୍ଲାର ସୀମାନ୍ତବର୍ତ୍ତୀ ହୋଇ ଥିବାରୁ ମୟୂରଭଞ୍ଜରେ ପବନର ଗତି ଟିକିଏ ଅଧିକ ଥିଲା । କିନ୍ତୁ ବେତନଟୀ ବ୍ଲକର ସାମୁହିକ ପ୍ରୟାସ ହେତୁ ବଡ ଦୁର୍ଘଟଣା ଟଳି ଯାଇଛି ।  ସ୍ଥାନାନ୍ତର ହୋଇ ଥିବା ଲୋକ ମାନଙ୍କୁ ଚୁଡା, ଚିନି ଭଳି ଶୁଖିଲା ଖାଦ୍ୟ ପ୍ରଦାନ କରା ଯାଇ ଥିବା ବେଳେ କେତେକ କେନ୍ଦ୍ରରେ ଭାତ ଡାଲମା ପ୍ରଦାନ କରା ଯାଇ ଥିଲା ।

କିନ୍ତୁ ବିଭିନ୍ନ ପଞ୍ଚାୟତରେ ଖାଦ୍ୟ ଖାଇଥିବା ଲୋକଙ୍କ ସଂଖ୍ୟାକୁ ନେଇ ଏବେ ଅଭିଯୋଗ ଆରମ୍ଭ ହୋଇଛି । ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ହେଲେ ତାର ନିର୍ଦ୍ଧିଷ୍ଟ ନିୟମ ମଧ୍ୟ ରହିଛି । ରନ୍ଧା ଖାଦ୍ୟ ପ୍ରଦାନ କରା ଯାଇ ଥିଲେ ଜଣେ ବଡ ଲୋକ ପିଛା ୩୦ ଟଙ୍କା ଓ ଜଣେ ଶିଶୁ ପିଛା ୨୨ ଟଙ୍କା ୫୦ ପଇସା ସରକାରୀ ରାଶି ରହିଛି । ତେଣୁ ସଂଖ୍ୟାକୁ ଯଦି ସଠିକ ଭାବେ ଆକଳନ କରା ନଯାଏ ତେବେ ସରକାରୀ ଟଙ୍କା ବାଟ ମାରଣା ହେବାର ମଧ୍ୟ ସମ୍ଭାବନା ରହିଛି । ଏମିତି ହୋଇଛି କି କିଛି ପଞ୍ଚାୟତର ସରପଞ୍ଚ ମାନେ ତାଙ୍କ ପଞ୍ଚାୟତରେ ଯେତିକି ଲୋକଙ୍କୁ ଖାଦ୍ୟ ଦେଇଛନ୍ତି ବୋଲି ଦାବି କରୁଛନ୍ତି ତାହା ମୋଟ ସ୍ଥାନାନ୍ତର ସଂଖ୍ୟାର ୨୦ରୁ ୨୨ ପ୍ରତିଶତ ବୋଲି ଜଣା ପଡୁଛି । ଏହାକୁ କିନ୍ତୁ ବ୍ଲକ ପ୍ରଶାସନ ଅସ୍ୱୀକାର କରୁଛନ୍ତି ।

ଏଥିରେ ଦୁର୍ନିତୀର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁ ଥିବାର ଜଣା ପଡିଛି । ଲୋକଙ୍କ ଦୁର୍ଦ୍ଦିନରେ ସେମାନଙ୍କୁ ସହାୟତା ନାମରେ ଖାଦ୍ୟ ସହାୟତାକୁ ହଡପ କରିବାକୁ ହୀନ ପ୍ରୟାସ କରୁ ଥିବା ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି ରାଜ୍ୟ ଯୁବ ବିଜେଡି ଉପସଭାପତି ଲଲାଟେନ୍ଦୁ ବେହେରା । ଏପରି ଘଟଣା ପଦାକୁ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିଆ ଯିବ ବୋଲି ମତ ପ୍ରକାଶ କରିଛନ୍ତି । ଝଡ ଦିନ ଲଲାଟେନ୍ଦୁ, ମୁନ୍ନା ପରିଚ୍ଛା, ବାପି ମହାନ୍ତ, ଚନ୍ଦ୍ରଶେଖର ହେମ୍ବ୍ରମ, ଡମ୍ବରୁ ମହାନ୍ତ, ଜଗନ୍ନାଥ ଦାଶ, ପୂର୍ବତନ ସରପଞ୍ଚ ଫକୀର ଚରଣ ସିଂ ପ୍ରମୁଖ ପାଟଳୀପୁରା ପଞ୍ଚାୟତର ଅସ୍ଥାୟୀ କେନ୍ଦ୍ରରେ ପହଞ୍ଚି ଥିଲେ । ଏଠାରେ ମୋଟ ୫୪ ଜଣ ଲୋକ ଆଶ୍ରୟ ନେଇ ଥିବାର ଦେଖିବା ସହିତ ସେଥିରୁ ୧୪ ଜଣ ଶିଶୁ ଥିଲେ ।

ବଡ ଲୋକମାନେ ଚୁଡା ଚିନି ଖାଉ ଥିବା ବେଳେ ଶିଶୁ ମାନଙ୍କ ପାଇଁ ବିସ୍କୁଟ ବ୍ୟବସ୍ଥା କରିବାକୁ ଲଲାଟେନ୍ଦୁ ବେତନଟୀ ବିଡିଓଙ୍କୁ କହିବାରୁ ବିଡିଓ ତାହା ବନେ୍ଦାବସ୍ତ କରି ଥିଲେ । ତେବେ ପ୍ରଶାସନ ତରଫରୁ ଆମ୍ଫାନ ବାତ୍ୟା ପାଇଁ ବେତନଟୀ ବ୍ଲକ ପ୍ରଶାସନ ତରଫରୁ ଫନୀ ସାମୁଦ୍ରିକ ଝଡ ଭଳି ମୋଟ ୧୪୭ଟି ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରା ଯାଇ ଥିଲା ଓ ସେଥି ମଧ୍ୟରୁ ୮୨ଟି କ୍ୟାମ୍ପରେ ଲୋକ ମାନଙ୍କୁ ସ୍ଥାନାନ୍ତର କରି ରଖା ଯାଇ ଥିଲା । ଫନୀ ବାତ୍ୟା ସମୟରେ ଏହି ଅସ୍ଥାୟୀ ଶିବିର ଗୁଡିକରେ ମୋଟ ୨୪ ହଜାର ଲୋକ ଆଶ୍ରିତ ହୋଇ ଥିବା ବେଳେ ଆମ୍ଫାନ ବେଳେ ଏହା ମାତ୍ର ୨୫୦୦କୁ ଖସି ଆସି ଥିଲା । ତେଣୁ କେଉଁ ପଞ୍ଚାୟତରେ କେତେ ଲୋକ ଥିଲେ ତାହା ଦେଖିବାକୁ ବାକି ରହିଲା । ରନ୍ଧା ଖାଦ୍ୟ ବିଲରେ କୌଣସି ପ୍ରକାର ହେରଫେର ହେଲେ ଏହା ଭଦ୍ର ମୁଖା ଖୋଲିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

 

 

Leave A Reply