Odisha news

ବ୍ରତଧାରୀଙ୍କ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଲଢ଼ିଲେ ବିଧାୟକ ସନାତନ :ମହିଳା ହବିଶ୍ୟାଳୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ନିଜେ ଲାଇନ ଲଗାଇଲେ

0

ବେତନଟୀ : ସଂପ୍ରତି ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଚାଲି ଥିବା ହେତୁ ଭିଡ ହେତୁ ମନ୍ଦିର, ମସଜିଦ ଓ ଚର୍ଚ୍ଚ ଗୁଡିକରେ ଏକତି୍ରତ ହେବା ଉପରେ କଟକଣା ରହିଛି । ଏହା ଦ୍ୱାରା ସାମାଜିକ ଦୂରତା ଭଙ୍ଗ ହେବାର ସମ୍ଭାବନାକୁ ଆଖି ଆଗରେ ରଖି ସରକାର ଏପରି ପ୍ରତିବନ୍ଧକ ଜାରି କରିଛନ୍ତି । ତେବେ ଆଜି ସାବିତ୍ରୀ ଅମାବାସ୍ୟା ଥିଲା ଓ ଏହା ବିବାହିତା ମହିଳା ମାନଙ୍କ ପାଇଁ ବର୍ଷର ଏକ ସ୍ୱତନ୍ତ୍ର ଦିନ ।

ଏହି ଦିନ ମହିଳା ମାନେ ବ୍ରତ ରଖି ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ସ୍ୱାମୀଙ୍କ ଶୁଭ ମନାସି ଥାଆନ୍ତି । ତେବେ ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା ହୋଇ ପାରିବ ନାହିଁ ବୋଲି ଜାଣିବା ପରେ ମହିଳା ମାନଙ୍କ ମଧ୍ୟରେ ଏକ ଦୁଃଖଭରା ବାର୍ତ୍ତା ଖେଳି ଯାଇ ଥିଲା । ତେବେ ବୈଶିଙ୍ଗାର ଲକ୍ଷ୍ମୀନାରାୟଣ ମନ୍ଦିର କତ୍ତୃପକ୍ଷ ଓ କେତେକ ମହିଳା ବ୍ରତଧାରୀ ଏହି ପ୍ରତିବନ୍ଧକ ସାମୟିକ ଭାବେ ଉଠାଇବା ପାଇଁ ପ୍ରଶାସନକୁ ଅନୁରୋଧ କରିବାକୁ ବଡସାହି ବିଧାୟକ ସନାତନ ବିଜୁଳିଙ୍କୁ ନିବେଦନ କରି ଥିଲେ ।

ଏହାକୁ ନେଇ ବିଧାୟକ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଫୋନ ଜରିଆରେ ଆଜିର ପୂଜାରେ ମହିଳା ମାନଙ୍କ ସମ୍ବେଦନ ଲାଗି ରହି ଥିବାରୁ ପ୍ରତିବନ୍ଧକ କୋହଳ କରିବାକୁ ନିବେଦନ କରି ଥିଲେ । ଜିଲ୍ଲାପାଳ ମୟୂରଭଞ୍ଜ ଏସପି ସ୍ମିଥ ଏସ. ପାରମାରଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇ ଥିଲେ । ତେବେ ଉଭୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା ବେଳେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଅତ୍ୟନ୍ତ ଜରୁରୀ ବୋଲି ଜଣା ପଡି ଥିଲା । ତେଣୁ ବିଧାୟକ ସନାତନ ନିଜେ ଏହି ଦାୟୀତ୍ୱ ନେଇ ଥିଲେ । ଏହା ଦ୍ୱାରା ମନିଟର ଭଳି ଖରାରେ ଛିଡା ହୋଇ ନିଜେ ମହିଳା ମାନଙ୍କୁ ସାମାଜିକ ଦୂରତା ପାଇଁ ବିଧାୟକ ନିବେଦନ କରି ଥିଲେ ଓ ବ୍ରତଧାରୀ ମାନେ ମଧ୍ୟ ଏଥିରେ ସହଯୋଗ କରି ଥିଲେ । ଏହା ଦ୍ୱାରା ବ୍ରତଧାରୀ ମାନେ ପୂଜା ଓ ସଂକଳ୍ପ କରିବାର ସୁଯୋଗ ପାଇ ଥିଲେ ଓ ବିଧାୟକଙ୍କ କାର୍ଯ୍ୟ ପ୍ରତି ଖୁସି ବ୍ୟକ୍ତ କରି ଥିଲେ ।

Leave A Reply