Odisha news

ଜାତୀୟ ରାଜପଥ ୧୮ରେ ଫେରୁଥିବା ଶହଶହ ପ୍ରବାସୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ

0

ବେତନଟୀ  :  ଆଜି ଉକôଳ ବିପନ୍ନ ସହାୟକା ସମିତି ତରଫରୁ ଜାତୀୟ ରାଜପଥ ୧୮ରେ ଫେରୁଥିବା ଶହଶହ ପ୍ରବାସୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରା ଯାଇଛି । ସମିତିର ସଭାପତି ରଘୁନାଥ ପ୍ରଧାନ, ସମ୍ପାଦକ ରାଜେନ୍ଦ୍ର ବିନ୍ଧାଣୀ ଓ ସଦସ୍ୟ ମାନଙ୍କ ଜରିଆରେ ଏହି ଖାଦ୍ୟ ବୈଶିଙ୍ଗା ଓଭରବ୍ରିଜ ନିକଟରେ ପ୍ରଦାନ କରା ଯାଇ ଥିବାର ଦେଖା ଯାଇଛି । ବଡସାହି ବିଧାୟକ ସନାତନ ବିଜୁଳି, ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ, ସର୍ବେଶ୍ୱର ନାୟକ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରନ୍ଧା ଖାଦ୍ୟ ଓ ପିଇବା ପାଣି ପ୍ରଦାନ କରୁ ଥିବାର ଦେଖା ଯାଇଛି । ବିଭିନ୍ନ ସ୍ଥାନରୁ ଘରକୁ ଫେରୁ ଥିବା ପ୍ରବାସୀ ମାନେ ମୟୂରଭଞ୍ଜ ଜିଲ୍ଲାକୁ ବେତନଟୀ ବ୍ଲକର କଳମା ହୋଇ ପଶୁଛନ୍ତି ।

ଏମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ଲୋକ ଥିବା ବେଳେ ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ଲୋକ ମାନେ ମଧ୍ୟ ରହିଛନ୍ତି । କିଛି ଲୋକ ସଂଘବଦ୍ଧ ହୋଇ ସାଇକେଲରେ, ଚାଲିଚାଲି, ବସ ଭଡା କରି ବା ଟ୍ରକ ଟ୍ରଲରରେ ବୋଝେଇ ହୋଇ ଫେରୁଛନ୍ତି । ରାସ୍ତାରେ ଢ଼ାବା ହୋଟେଲ ସବୁ ବନ୍ଦ ଥିବା ବେଳେ ପ୍ରଶାସନ କେତେକ ରାସ୍ତା ପାଶ୍ୱର୍ ଢ଼ାବା ମାଲିକଙ୍କୁ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କୁ ଖାଦ୍ୟ ଓ ପାନୀୟ ପାର୍ସଲ ଆକାରରେ ଦେବାକୁ ଅନୁମତି ଦେଇଛି । ହେଲେ ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ର ଓ ତାମିଲନାଡୁ ଫେରନ୍ତା ପ୍ରବାସୀଙ୍କ ମଧ୍ୟରେ କରୋନା ପଜିଟିଭ ଚିହ୍ନଟ ହେଉ ଥିବାରୁ ଏହି ଢ଼ାବା ଓ ହୋଟେଲ ମାଲିକ ମାନେ ଖାଦ୍ୟ ଓ ପାଣି ଦେବାକୁ ସ୍ପଷ୍ଟ ମନା କରି ଦେଉଛନ୍ତି । ଫଳ ସ୍ୱରୂପ ପ୍ରବାସୀ ମାନେ ଭୋକ ଉପାସରେ ଯାତ୍ରା କରୁ ଥିବାର ଦେଖା ଯାଇଛି । ତେବେ ଖେଚୁଡି ଓ ତରକାରୀ ପାଇବା ପରେ ଏମାନେ ପେଟ ଭରି ଖାଉ ଥିବାର ଲକ୍ଷ୍ୟ କରା ଯାଇଛି ।

Leave A Reply