Odisha news

ବ୍ରହ୍ମାକୁମାର ରାଜେସ ସୁରେଖାଙ୍କ ପରଲୋକ

0

ଭଦ୍ରକ :ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚରମ୍ପା ଶାଖାର ବରିଷ୍ଠ ବ୍ରହ୍ମାକୁମାର ରାଜେସ୍‍ ସୁରେଖାଙ୍କର ଭୁବନେଶ୍ୱର ସ୍ଥିତ ସୋମ ହସ୍‍ପିଟାଲ୍‍ରେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘଦୀନ ଧରି ପ୍ରେଷ୍ଟେଟ୍‍ ରୋଗରେ ପୀଡ଼ିତ ଥିଲେ, ଯାହାକି ଅନ୍ତିମ ଅବସ୍ଥାରେ କ୍ୟାନସର ଡିଟେକଫ କରାଯାଇଥିଲା । ବ୍ରହ୍ମାକୁମାର ରାଜେସ (ଓରଫ୍‍ ରାଜ) ଜଣେ ସମାଜସେବୀ ଥିଲେ । ପୂର୍ବତନ କୋଷାଧ୍ୟକ୍ଷ ଲାଇସେନ୍‍ସ କ୍ଲବରେ କାର୍ଯ୍ୟ କରିଥିଲେ ।

ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚରମ୍ପା ଶାଖାର ଭୂମିଦାନ ସହ ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ । ସପରିବାର ଈଶ୍ୱରୀୟ ଜ୍ଞାନରେ ଅନୁପ୍ରାଣିତ । ବ୍ରହ୍ମାକୁମାର ରାଜେସ ସୁରେଖା ୬୦ ବର୍ଷ ବୟସରେ ତାଙ୍କର ପାର୍ଥିବ ଶରୀରକୁ ତ୍ୟାଗକରି ପରମାତ୍ମାଙ୍କ ନିକଟକୁ ଚାଲିଯାଇଥିଲେ । ଆଜି ସକାଳେ ତାଙ୍କ ମର ଶରୀରରେ ପୁଷ୍ପ ଅର୍ପଣ କରିବା ପାଇଁ ଚରମ୍ପା ତଥା ଭଦ୍ରକ ମାରଓ୍ୱାଡ଼ି ସଂଘର ଭାଇମାନେ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଦ୍ରକର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ମଂଜୁ ଭଉଣୀ ତଥା ପରିବାରବର୍ଗ ଉପସ୍ଥିତ ହୋଇ ଅମର ଆତ୍ମାର ସଦ୍‍ଗତି କାମନା କରିଥିଲେ ।

Leave A Reply