Odisha news

ଅନୁଗୁଳରୁ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ପଜିଟିଭ୍ ସଂଖ୍ୟା ୪୨ ରେ ପହଁଚିଲା

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କିଶୋରନଗର ବ୍ଲକର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।୪୬ ବର୍ଷ ବୟସ୍କ ଏହି ବ୍ୟକ୍ତି ମହାରାଷ୍ଟ୍ରରୁ ଫେରି ଚଳିତ ମାସ ୧୧ ତାରିଖରୁ ସଙ୍ଗରୋଧରେ ଥିଲେ । ତାଙ୍କର କୋଣସି ଲକ୍ଷଣ ନଥିବା ନମୁନା ପଜିଟିଭ ଜଣା ପଡିବା ପରେ ଆଜି ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

ଆଜିର ଏହି ୧ ଜଣ ପଜିଟିଭିକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଁଚିଲା । ପ୍ରକାଶଥାଉକି ତାଳଚେର କୋଭିଡ ହସ୍ପିଟାଲରେ ଜଣେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବର୍ତମାନ କୋଭିଡ ହସ୍ପିଟାଲରେ ୧୦ ଜଣ ଚିକିତ୍ସିତ ହେଉଛନ୍ତି । ଇତି ମଧ୍ୟରେ ୩୧ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଟଂରରେ ନିରିକ୍ଷଣରେ ରହିବା ପରେ ସେମାନଙ୍କ ମଧ୍ୟରୁ ଯେଉଁମାନେ ୧୪ ଦିନ ଅତିବାହିତ କରିଛନ୍ତି ସେମାନଙ୍କୁ ନିଜ ଗୃହକୁ ପ୍ରତ୍ୟାବର୍ତନ କରିବା ନିମନ୍ତେ ଅନୁମତି ଦିଆଯାଇଛି ।

Leave A Reply