Odisha news

ଜାତୀୟ ରାଜପଥ ଉପରେ ଛିଡା ହୋଇ ରହିଛି କୋଇଲା ବୋଝେଇ ଟ୍ରକ : କୋଇଲା ଡିପୋ ସ୍ଥାନାନ୍ତର କୁ ନେଇ ଆଲୋଚନାରେ ଗ୍ରାମବାସୀ

0

ଠାକୁରଗଡ଼: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗୁଣ୍ଡୁରୀମୁଣ୍ଡା ଗ୍ରାମରେ ନିର୍ମାଣ ହୋଇଥିବା କୋଇଲା ଡପୋକୁ ନେଇ ବିବାଦ ଦେଖାଦେଇଛି । ଏହି ଡିପୋକୁ ସ୍ଥାନାନ୍ତର କରିବା ପାଇଁ ଗୁଣ୍ଡୁରୀମୁଣ୍ଡା ଗ୍ରାମବାସୀ ଆନେ୍ଦାଳନ କରୁଥିବା ବେଳେ ରବିବାର ଦିନ ଏହା ତୃତୀୟ ଦିନରେ ପହଁଚିଛି । ଏ ପଟେ ଏହି ଡିପୋକୁ କୋଇଲା ବୋଝେଇ କରି ଆସିଥିବା ୫୦ରୁ ଉଦ୍ଧ୍ୱର୍ ଲୋଡ ହୋଇଥିବା କୋଇଲା ଡିପୋ ରେ ଖାଲି କରିନପାରି ଜାତୀୟ ରାଜପଥ ପାଶ୍ୱର୍ରେ ଛିଡା ହୋଇ ରହିଛି । ଏହାକୁ ନେଇ ଗୁଣ୍ଡୁରୀମୁଣ୍ଡା ଗ୍ରାମରେ ଉତେଜନା ଦେଖା ଦେଇଥିବା ବେଳେ ଗ୍ରାମ ଦେଇ କୋଇଲା ଡିପୋକୁ ଯାଇଥିବା ରାସ୍ତା କୁ ଗ୍ରାମବାସୀ ମାନେ ପଥର ଦେଇ ଅବରୋଧ କରିଛନ୍ତି ।

ରବିବାରଦିନ ଉକ୍ତ କୋଇଲା ଡିପୋ ର ଘରୋଇ ସଂସ୍ଥାର ଜଣେ ପଦାଧିକାରୀ ଗୁଣ୍ଡୁରୀମୁଣ୍ଡା ଗ୍ରାମକୁ ଆସିଥିବା ବେଳେ ଗ୍ରାମବାସୀ ତାଙ୍କୁ ଘେରାଉ କରିଥିଲେ । ଶୁକ୍ରବାର ଦିନ ଠାରୁ ଉକ୍ତ କୋଇଲା ଡିପୋରେ କୋଇଲା ଗଚ୍ଛିତ କରିବା ପାଇଁ ଟ୍ରକ ସାହଯ୍ୟରେ କୋଇଲା ଆସିଥିବା ବେଳେ ଗ୍ରାମବାସୀ ବିରୋଧ କରି ଆନେ୍ଦାଳନ କରିଥିଲେ । ଘଟଣା ସ୍ଥାନରେ ତହସିଲଦାର ଡଃ ଳକ୍ଷ୍ମୀପ୍ରସାଦ ସାହୁ ପହଁଚିଥିଲେ ମଧ୍ୟ କୋଣସି ସୁଫଳ ମିଳିନଥିଲା । ଗ୍ରାମବାସୀ କହିବା ଅନୁଯାୟୀ ଏକ ଘରୋଇ ସଂସ୍ଥା ପକ୍ଷରୁ ଗୁଣ୍ଡୁରୀମୁଣ୍ଡା ଠାରେ କୋଇଲା ଡିପୋ ନିର୍ମାଣ କରାଯାଇଛି । ଏଥି ପାଇଁ  ପ୍ରଶାସନିକ ସ୍ତରରେ ପଲ୍ଲୀସଭା କରାଯିବାରେ ନିୟମ ଥିଲେ ମଧ୍ୟ ପଲ୍ଲୀସଭା କରାନଯାଇ ଗ୍ରାମବାସୀଙ୍କ ମତ ନିଆନଯାଇ ଜୋର ଜବର ଦସ୍ତ ଡିପୋ ନିର୍ମାଣ କରାଯାଇଛି । ଏକ ରାଜନୈତିକ ନେତାଙ୍କ ସର୍ମ୍ପକୀୟ ବେସରକାରୀ ଜମିରେ ଏହି ଡିପୋ ନିର୍ମାଣ ହେଉଥିବା ବେଳେ ଗ୍ରାମବାସୀ ବହୁବାର ବିରୋଧ କରିଛନ୍ତି ।

ଏଠାରେ ଡିପୋ ନିର୍ମାଣ ହେଲେ ଆଖପାଖର ୧୦ରୁ ଉଦ୍ଧ୍ୱର୍ ଗ୍ରାମର ପ୍ରଦୂଷଣ ସୃଷ୍ଟି ହେବ । ଏପରିକି ଲୋକେ  କୋଇଲା ଗୁଣ୍ଡ ଯୋଗୁଁ ରହି ପାରିବେ ନାହିଁ । ହେଲେ ଗ୍ରାମବାସୀ ଙ୍କ ଅଭିଯୋଗ କୁ ନେଇ କୋଣସି ପ୍ରଶାସନିକ ଅଧିକାରୀ ଶୁଣିନଥିବା ବେଳେ ରାତାରାତି ଡିପୋ ନିର୍ମାଣ କରାଯାଇଥିଲା । ଏହି ଡିପୋକୁ ଯାତାୟାତ ପାଇଁ ଉକ୍ତ ଘରୋଇ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯାଇନଥିବା ବେଳେ ଗ୍ରାମବାସୀ ଯାତାୟାତ କରିଥିବା ଜାତୀୟ ରାଜପଥ ରୁ ପୁସିଙ୍ଗ ରେଲୱେ ବ୍ରିଜ ଦେଇ ଉକ୍ତ ଡିପୋକୁ ଯିବା ପାଇଁ ଘରୋଇ ସଂସ୍ଥା ଯୋଜନା ପ୍ରସ୍ତୁତ କରିଛି । ଏହି ରାସ୍ତା ଦେଇ ଭାରିଯାନ ତଥା କୋଇଲା ବୋଝେଇ କରି ଟ୍ରକ ଯାତାୟାତ କରିଲେ ରାସ୍ତା ଅତି କଦର୍ଯ୍ୟ ହୋଇ ପଡିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି କୋଇଲା ଡିପୋକୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମର ପ୍ରମୋଦ ବେହେରା, କ୍ଷିରୋଦ ବେହେରା, ସୁବାସ ବେହେରା, ଯୋଗେଶ୍ୱର ନାୟକ, ବୃଷଭ ନାୟକ, ରମାନନ୍ଦ ନାୟକ ଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply