ଜଗତସିଂହପୁର : ଜିଲ୍ଲାର ପାରାଦ୍ୱୀପ ଠାରେ କାର୍ଯ୍ୟକ୍ଷମ ହୋଇଥିବା ଏକମାତ୍ର କୋଭିଡ ହସପିଟାଲକୁ ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗ୍ରସ୍ତ କରି କରୋନା ଯୋଦ୍ଧାମାନଙ୍କ ସହିତ ଆଲୋଚନା କରିଛନ୍ତି ।ଏହି ହସପିଟାଲରେ କାର୍ଯ୍ୟରତ ଥିବା ଡାକ୍ତର,ନର୍ସ ଓ ପାରା ମେଡିକାଲ ଷ୍ଟାଫଙ୍କ ସହିତ କରୋନା ରୋଗୀମାନଙ୍କ ବିଷୟରେ ସମୀକ୍ଷା କରିଛନ୍ତି ।ଏଠାରେ ରହୁଥିବା ରୋଗୀମାନଙ୍କର ରହିବା,ଖାଇବା ବାବଦରେ ଡାକ୍ତର ଓ ଷ୍ଟାଫଙ୍କ ସହିତ ଅଲୋଚନା କରିଥିଲେ ।ଏହି କୋଭିଡ ହସପିଟାଲରେ ବର୍ତ୍ତମାନ ସୁଦ୍ଧା ୨୩ ଜଣ କରୋନା ପଜିଟିଭ ରୋଗୀ ଚିକିସôିତ ହେଉଛନ୍ତି ।ଏମାନଙ୍କୁ ଚିକିସôା କରୁଥିବା ସମସ୍ତ ଡାକ୍ତର,ନର୍ସ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟକୁ ଜିଲ୍ଲାପାଳ ପ୍ରଶଂସା କରିବା ସହିର ରୋଗୀମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।
ଜଗତସିଂହପୁର ଜିଲ୍ଲାରେ ଆଜି ପୁଣି ୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏହି ୧୧ ଜଣ କରୋନା ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧୫୪ରେ ପହଞ୍ଚିଲା ।ନୂଆ ପଜିଟିଭ ୧୧ ମଧ୍ୟରୁ ବିରିଡି ବ୍ଲକର ୭ ଜଣ,ରଘୁନାଥପୁର ବ୍ଲକର ୨ ଓ ନାଉଗାଁ ବ୍ଲକର ୨ ଜଣ ବୋଲି ଜଣାଯାଇଛି ।ସେମାନଙ୍କ ଦେହରେ କୌଣସୀ କରୋନା ଲକ୍ଷଣ ନଥିବା ବେଳେ ପଞ୍ଚାୟତରେ ହୋଇଥିବା ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରହଥିଲେ ।ଏହି କରୋନା ପଜିଟିଭ ମାନଙ୍କୁ ପାରାଦୀପ କୋଭିଡ ଓ କିମସ କୋଭିଡ ହସପିଟାଲ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୁଚନା ଦେଇଛନ୍ତି ।
ଆଜିର ଏହି ୧୧ ପଜିଟିଭ ମଧ୍ୟରୁ ଗୁଜୁରାଟ ଫେରନ୍ତା ୧ ଜଣ,ମହାରାଷ୍ଟ୍ର ଫେରନ୍ତା ୭ ଜଣ,ଆନ୍ଧ୍ରପ୍ରଦେଶରୁ ୧ ଜଣ,ତେଲେଙ୍ଗାନାରୁ ଜଣେ ଓ ହରିୟାନାରୁ ଜଣେ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି । ଆଜିର ଏହି ୧୧ କରୋନା ପଜିଟିଭ କେଶକୁ ମିଶାଇ ଜିଲ୍ଲା ୧୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୮ ଜଣ ଆକ୍ଟିଭ କରୋନା ରୋଗୀ ପାରାଦ୍ୱୀପ କୋଭିଡ ହସପିଟାଲ ଓ କିମସରେ ଚିକିସôିତ ହେଉଛନ୍ତି ।