ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ଲକଡାଉନ ଯୋଗୁଁ ଦେଶରେ ପ୍ରବାସୀ ଶ୍ରମିକଙ୍କ ସଂକଟ ଏବେ ଧିରେ ଧିରେ ସ୍ୱାଭାବିକ ହେଉଛି । ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ଫେରି ଆସିଳେଣି । ଏବେ ବି ବହୁ ଶ୍ରମିକ ଫେରୁଛନ୍ତି । ଲକ୍ଷ ଲକ୍ଷ ଶ୍ରମିକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଫେରିଥିବା ବେଳେ ଆହୁରି ଅନେକ ଫେରିବା ଅପେକ୍ଷାରେ ଅଛନ୍ତି । ଦେଶରେ ଦୀର୍ଘ ୬୮ ଦିନ ଧରି ଲକଡାଉନ ରହିବା ପରେ ଏବେ ପ୍ରଥମ ପର୍ଯ୍ୟାୟ ଅନଲକ ଆରମ୍ଭ ହୋଇଛି । ଜୀବନ ଜୀବିକା କ୍ରମଶଃ ସ୍ୱାଭାବିକ ହେଉଛି । ତେବେ ଅପେକ୍ଷାରେ ଥିବା ଶ୍ରମିକମାନଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କ ଘରେ ପହଁଚାଇବା ପାଇଁ ସୁପ୍ରମିକୋର୍ଟ ଅନ୍ତିମ ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ମଧ୍ୟ କଡା ତାଗିଦ୍ କରିଛନ୍ତି । କେବଳ ଏତିକି ନୁହେଁ, ରାଜ୍ୟ ସରକାରମାନେ ଚାହିଁବା ମାତ୍ରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ବ୍ୟବସ୍ଥା କରିବାକୁ ରେଳବାଇକୁ ନିଦେ୍ର୍ଦଶ ଦେଇଛନ୍ତି । ଲକଡାଉନ ସମୟରେ ନିୟମ ଉଲଂଘନ ପାଇଁ ଶ୍ରମିକଙ୍କ ନାମରେ ହୋଇଥିବା ମାମଲା ତୁରନ୍ତ ପ୍ରତ୍ୟାହାର କରି ନେବା ପାଇଁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିଦେ୍ର୍ଦଶ ଦେଇଛନ୍ତି ।
ଏହା ବ୍ୟତୀତ ଫେରନ୍ତା ଶ୍ରମିକଙ୍କୁ କାମଧନ୍ଦା ଯେଗାାଇ ଦେବା, ସେମାନଙ୍କର ଦକ୍ଷତା ମାପି ଆଶାନୁରୂପ କର୍ମ ନିଯୁକ୍ତି ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନେରେଗା) ଜରିଆରେ ଫେରନ୍ତା ଶ୍ରମିକଙ୍କୁ କାମଧନ୍ଦା ଯୋଗାଇଦେବା ପାଇଁ ସରକାର ଏବେ ଯୋଜନା କରିଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ୫ ଲକ୍ଷ ୨୨ ହଜାର ଶ୍ରମିକ ଫେରିଥିବା ବେଳେ ଆହୁରି ଲକ୍ଷ ଲକ୍ଷ ଶ୍ରମିକ ଫେରିବା ଅପେକ୍ଷାରେ ଅଛନ୍ତି । ଉଲ୍ଲେଖଯୋଗ୍ୟ ଦୀର୍ଘ ୨ ମାସ ଧରି ଲକଡାଉନ ଯୋଗୁଁ କଳକାରଖାନା, କାମଧନ୍ଦା ବନ୍ଦ ହୋଇଯିବା ଯୋଗୁଁ ପ୍ରବାସୀ ଶ୍ରମିକ ଭୋକ ଉପାସରେ ରହିବା ସାର ହୋଇଥିଲା । କେତେକ ସଂଚିତ ଅର୍ଥରୁ ଟିକେଟ ଭଡା ଦେଇ ଫେରିଥିବା ବେଳେ ଆଉ କେତେକ ବସରେ ଫେରିଥିଲେ । ଯେଉଁମାନଙ୍କ ନିକଟରେ ଟଙ୍କାପଇସା ନଥିଲା, ସେମାନେ ହଜାର ହଜାର କିଲୋମିଟର ବାଟ ଚାଲି ଚାଲି ଫେରିଥିଲେ ।
ଫେରୁଥିବାବେଳେ ବହୁ ଶ୍ରମିକଙ୍କର ଜୀବନ ମଧ୍ୟ ଯାଇଛି । ଏପରିକି ଟ୍ରେନ ଭିତରେ ଅସୁସ୍ଥତା ଯୋଗୁଁ ୨୦୦ରୁ ଅଧିକ ଶ୍ରମିକଙ୍କର ମୃତୁ୍ୟ ଘଟିଥିବା କୁହାଯାଇଛି । କେବଳ ଏତିକି ନୁହେଁ ପ୍ରବାସୀ ଶ୍ରମିକ ଏବେ ପ୍ରାଣଘାତୀ କରୋନା ଭୂତାଣୁର ବାହାକ ହୋଇଛନ୍ତି । ଆମ ରାଜ୍ୟର ଉଦାହରଣ ଏଥିପାଇଁ ଯଥେଷ୍ଟ ହେବ । ଓଡ଼ିଶାକୁ ପ୍ରବାସୀ ଶ୍ରମିକ ଫେରିବା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ମାତ୍ର ମାସକ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩ ହଜାର ଅତିକ୍ରମ କରିଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଶ୍ରମୀକଙ୍କୁ ୧୪ ଦିନ ପେଇଁ ରଖାଯିବା ବାଧ୍ୟତାମୂଳକ ଥିବାବେଳେ ଏବେ ସଙ୍ଗରୋଧ କେନ୍ଦ୍ରରୁ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ ରହିଛି । ଅତୀତରେ ପ୍ରବାସୀ ଶ୍ରମିକ କର୍ମକ୍ଷେତ୍ରରୁ ନିଜ ଗ୍ରାମକୁ ଫେରିବା ପରେ ଆତ୍ମୀୟ ସ୍ୱଜନ, ସାଇପଡୋଶୀ ତାଙ୍କୁ ଆଦର ଅଭ୍ୟର୍ଥନା କରିବା ସହ ଭଲମନ୍ଦ ପଚାରି ଖୁସି ହେଉଥିଲେ । ଏବେ ପ୍ରବାସୀ ଶ୍ରମିକ ଘୃଣା ଓ ଅନାଦାରର ପାତ୍ର ହୋଇପଡ଼ିଛନ୍ତି ବୋଲି କହିଲେ ହୁଏତ ଭୁଲ ହେବ ନାହିଁ । ଆହୁରି ମଧ୍ୟ ଜୀବନଜୀବିକା ଏବେ କ୍ରମଶଃ ସ୍ୱାଭାବିକ ହେଉଥିବା ବେଳେ କର୍ମକ୍ଷେତ୍ରକୁ ଆଉ ନଫେରିବା ଲାଗି ଫେରନ୍ତା ପ୍ରବାସୀ ଶ୍ରମିକ ଅନିଛା ପ୍ରକାଶ କରୁଥିବା ଜଣାଯାଏ । ସେମାନେ ଅନିଚ୍ଛା ପ୍ରକାଶ କରିବା ସ୍ୱାଭାବିକ ମଧ୍ୟ ।
ଲକଡାଉନ ସମୟରେ ମାଲିକର ଆଚରଣ, ଭୋକ ଉପାସ, ଦୁଃଖ ଦୁର୍ଦ୍ଦଶା ସେମାନଙ୍କୁ କର୍ମକ୍ଷେତ୍ର ପ୍ରତି ବିମୁଖ କରିବା ସ୍ୱାଭାବିକ । ଅନ୍ୟ ପକ୍ଷରେ କଳ କାରଖାନା ନଖୋଲିବା ପରେ ବହୁ ସଂସ୍ଥାରେ ଶ୍ରମିକ, ଅଭାବରୁ ଉତ୍ପାଦନ ବାଧା ହୋଇଥିବା ବେଳେ ବହୁ ସଂସ୍ଥା ମଧ୍ୟ ଅର୍ଥାଭାବ ଯୋଗୁଁ ଶ୍ରମିକମାନÿଙ୍କୁ ଛଟେଇ କରିବା କିମ୍ବା ବେତନ କାଟ କରିଥିବା ଅଭିଯୋଗ ହୁଏ । ଏହି ଶ୍ରମିକମାନେ ଅସଂଗଠିତ ହୋଇଥିବାରୁ ଆଇନ ସେମାନଙ୍କୁ କିଛି ସହାୟତା ଦେଇପାରିବ, ସେ ଆଶା ମଧ୍ୟ ନାହିଁ । ସ୍ମରଣ ଯୋଗ୍ୟ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ନେଇ ଦାୟର ଏକ ପିଟସନର ଶୁଣାଣୀ କରିବାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରି ଦେଇଥିଲେ । ତେବେ ସର୍ବୋର୍ଚ୍ଚ ଅଦାଲତର ବହୁ ପୂର୍ବତନ ସଦସ୍ୟ ତଥା ପୂର୍ବତନ ବିଚାରପତି, ଆଇନଜୀବୀ, ବୁଦ୍ଧିଜୀବୀ ଖୋଲାଖୋଲି ସମାଲୋଚନା କରିବା ପରେ ସର୍ବୋଚ୍ଚ ଅଦାଲତ ନିଜ ଆଡୁ ମାମଲାର ଶୁଣାଣୀ କରି ବହୁ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଦଶନାମା ଜାରି କରିଛନ୍ତି ।
ଯାହାକି ବହୁ ବିଳମ୍ବ ବୋଲି କୁହାଯାଇପାରେ । ସେହିପରି ଭାରତ ପରି ଏକ ଜନମଙ୍ଗଳ ରାଷ୍ଟ୍ରରେ ଲକଡାଉନ ସମୟରେ ଶ୍ରମିକଙ୍କ ଦୁର୍ଦ୍ଦଶା ଦେଶରେ ଜାତୀୟ ବିପର୍ଯ୍ୟାୟ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଶ୍ରମିକ ହେଉଛନ୍ତି ନିର୍ମାତା, ବିଶ୍ୱକର୍ମା । ଶ୍ରମିକଙ୍କ ଶ୍ରମରେ ଦେଶର ବିକାଶ । ଶ୍ରମିକ ବିନା ଦେଶର ବିକାଶ ଅସମ୍ଭବ । ଅବଶ୍ୟ ଶ୍ରମିକଙ୍କ କଲ୍ୟାଣ ନେଇ କେନ୍ଦ୍ର ସରକାର ବହୁ କାର୍ଯ୍ୟକ୍ରମ ଘୋଷଣା କରିଥିବାବେଳେ ସର୍ବୋଚ୍ଚ ଅଦାଲତ ମଧ୍ୟ ବହୁ ଗୁରୁତ୍ୱପୂର୍ଣର୍ର୍ ନିଦେ୍ର୍ଦଶ ଦେିଛନ୍ତି । ଏହି ନିଦେ୍ର୍ଦଶ ମଧ୍ୟରେ ଶ୍ରମିକଙ୍କ ଦକ୍ଷତା ମାପି କର୍ମ ନିଯୁକ୍ତି ଯୋଗାଇଦେବା ଅତିବ ଗୁରୁତ୍ୱପୂର୍ଣ୍ଣ । କୁହାଯାଇଛି ଯେ ଲକଡାଉନ ଯୋଗୁଁ ଦେଶରେ ୧୨ କୋଟିରୁ ଅଧିକ ଜୀବିକା ହରାଇଛନ୍ତି । ଜୀବନ ପାଇଁ ଳକଡାଉନ ଯେପରି ଅପରିହାର୍ଯ୍ୟ ଥିଲା, ଜୀବିକା ପାଇଁ କର୍ମ ନିଯୁକ୍ତି ଏବେ ଅପରିହାର୍ଯ୍ୟ ହୋଇପଡିଛି । ତେବେ ଏ ସବୁର କାର୍ଯ୍ୟକାରିତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର । ଶ୍ରମିକ ବିନା ଦେଶର ବିକାଶ ସମ୍ଭବ ହୋଇପଡ଼ିଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ସଂକଟ, ଦୁର୍ଦ୍ଦଶା ନେଇ ଏବେ ଆତ୍ମସମୀକ୍ଷା ଜରୁରୀ । ଯାହାଦ୍ୱାରା ଭବିଷ୍ୟତରେ ଏଭଳି ସଂକଟର ପୁନରାବୃତି ହେବନାହିଁ ।