Odisha news

ଜଗତଗୁରୁ ଶଙ୍କରାଚାର୍ଯ୍ୟ : ରଥଯାତ୍ରା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପାଳନ ହେଉ

0

ଭୁବନେଶ୍ୱର: ବିଧି ପାଳନ କରାଯିବା ଆବଶ୍ୟକ, ପରମ୍ପରା ରହିବା ଦରକାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ପାଳନ ହେବା ଆବଶ୍ୟକ। ଟିଭି ମାଧ୍ୟମରେ ଭକ୍ତ ରଥଯାତ୍ରା ଦେଖିବାର ମଧ୍ୟ ସୁଯୋଗ ରହିଛି ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି। ନିର୍ଣ୍ଣାୟକ ମତ ଦେଇ ନଥିଲେ ବି ଜଗତଗୁରୁ ଅନୁକଳ୍ପ ଚିନ୍ତା କରିଛନ୍ତି।

ପୁରୀ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ବିଧି ପାଳନ କରାଯିବା ଆବଶ୍ୟକ, ପରମ୍ପରା ରହିବା ଦରକାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ  ରଥଯାତ୍ରା ପାଳନ ହେବା ଆବଶ୍ୟକ। ସର୍ବନିମ୍ନ ସେବାୟତଙ୍କୁ ନେଇ ରଥଯାତ୍ରା ପାଳନ ହୋଇପାରିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଟିଭି ମାଧ୍ୟମରେ ଭକ୍ତ ରଥଯାତ୍ରା ଦେଖିବାର ମଧ୍ୟ ସୁଯୋଗ ରହିଛି। ଅଧୀକୃତ ନ୍ୟାୟଧୀଶ ସତ୍ତ୍ୱେ ପ୍ରଶାସନ ଏପଯର୍ୟନ୍ତ ମୋ ନିକଟକୁ ଆସିନାହିଁ। ଯଦି ପ୍ରଶାସନ ମୋ ନିକଟକୁ ଆସେ ନିର୍ଣ୍ଣାୟକ ମତ ଦେବି ବୋଲି ସେ କହିଛନ୍ତି।

ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରେ ଯେତିକି ଉତ୍କଣ୍ଠା ବଢୁଛି, ସେତିକି ଆଶା ଆଶଙ୍କାରେ ଠେଲି ହେଉଯାଉଛି। ରଥଯାତ୍ରାକୁ ମାତ୍ର ଆଉ କିଛିଟା ଦିନ ବାକି ଥିବା ବେଳେ କେମିତି ହେବ ରଥଟଣା ଏପର୍ଯ୍ୟନ୍ତ ଏନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏମିତିକି ଏଥର ରଥଯାତ୍ରା ବନ୍ଦ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ବି ନିବେଦନ କରିଛି ଓଡ଼ିଶା ବିକାଶ ପରିଷଦ। ଯାହା ଉପରେ ଆସନ୍ତାକାଲି ଶୁଣାଣି ହେବାର ଅଛି।

Leave A Reply