Odisha news

ଠାକୁରମୁଣ୍ଡା: ନଷ୍ଟ ହୋଈ ଯାଉଛି ଟମାଟୋ: ଚାଷୀ ମୁଣ୍ଡରେ ଚଡକ

0

ଠାକୁରମୁଣ୍ଡା (ସକାଳ ଖବର .କମ ବ୍ୟୁର): କରୋନା ସଂକ୍ରମଣ କୁ ରୋକିବା ପାଇଁ ଲୋକଡାଉନ ଥିବାରୁ ଚାଷୀ ମାନଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।ବିଶେଷ କରି ଅଳ୍ପ ସମୟରେ ନଷ୍ଟପରିବା ସବୁରହିଛି।ସେଥି ମଧ୍ୟରୁ ଟମାଟୋ ଚାଷୀ ମାନଙ୍କ ର ଅବସ୍ଥା ସଙ୍ଗିନ ହୋଇପଡିଛି।ଲୋକଡାଉନ ଥିବାରୁ ଲୋକେ ଘରୁ ବାହାରି ପାରୁନଥିବା ବେଳେ ଅଳ୍ପ ପରିମାଣ ର ଟମାଟୋ ବିକ୍ରି ହୋଇପାରୁଛି।ଠାକୁରମୁଣ୍ଡା ବ୍ଲକ ଖସାକୁଦର ଗ୍ରାମରେ ୪ଜଣ ଚାଷୀ ୨ ଲକ୍ଷ ଟଙ୍କା ଋଣ ଆଣି ପ୍ରାୟ ୧୨ ଏକର ଜାଗା ରେ ଟମାଟୋ ଚାଷ କରିଥିଲେ।ଗ୍ରାମ ହରିହର ମହାନ୍ତ, ପରମେଶ୍ୱର ସେଠୀ, ଜବାହରଲାଲ ହେମ୍ବ୍ରମ,ବଜାୟ ମୁଣ୍ଡା ଚାଷ କରିଥିଲେ।ଲୋକଡାଉନ ପୂର୍ବରୁ ମାତ୍ର ୧୧ ଟୋନ ଓଜନ ର ଟମାଟୋ ବିକ୍ରି କରିଥିବା ବେଳେ ବର୍ତ୍ତମାନ  ୩୦ ଟୋନ ରୁ ଉର୍ଦ୍ଧ ଟମାଟୋ କ୍ଷେତରେ ପଡି ନଷ୍ଟ ହୋଇଯିବାରେ ଲାଗିଛି।ସେହିପରି ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ଠାକୁରମୁଣ୍ଡା ବ୍ଲକ ନିକଟବର୍ତ୍ତୀ ଡାଳପକା ଗ୍ରା,ପ କୁଦବେଡା ଗ୍ରାମର ଜୟକୃଷ୍ଣ ମହାନ୍ତ ଋଣ କରି ୪ ଏକର ଜମି ରେ ଟମାଟୋ ଚାଷ କରି ବର୍ତ୍ତମାନ ତାଙ୍କର ପ୍ରାୟ ୮ରୁ ୯ ଟୋନ ଓଜନ ର ଟମାଟୋ କୁ ବିକ୍ରୀ କରି ନ ପାରିବା କାରଣ ରୁ ଏହା ନଷ୍ଟ ହେବାକୁ ବସିଲାଣି।ହାଟ,ବଜାର ବନ୍ଦ ଯୋଗୁଁ ବିକ୍ରି କରିନ ପାରୁଥିବା ବେଳେ ହୋଲସେଲ ରେ ନେଉ ଥିବା ବେପାରୀ ଆସୁ ନଥିବା ରୁ ଗ୍ରାମ ଗୁଡିକରେ ବୁଲି ବୁଲି ଅଳ୍ପ କିଛି ସେ ବିକ୍ରି କରିପାରିଛନ୍ତି।ଗାଡି ନ ଚାଲିବା ଯୋଗୁଁ ଠାକୁରମୁଣ୍ଡା, କରଞ୍ଜିଆ, କେନ୍ଦୁଝର ବଜାର କୁ ମଧ୍ୟ ସେମାନେ ବିକ୍ରୀ କରିବା କୁ ନେବା ସମ୍ଭବ ହେଉନାହିଁ।ସେହିପରି ଠାକୁରମୁଣ୍ଡା ବ୍ଲକ ରା ଅନେକ ଚାଷୀ ଙ୍କ ଅବସ୍ଥା ସମାନ ରହିଛି।ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଚାଷୀ ମାନେ ଅନୁରୋଧ କରିଛନ୍ତି।।

Leave A Reply