ଆଗରପଡ଼ା: କରୋନାର ଭୟାବହତାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସାମାନ୍ୟ କିଛି କଷ୍ଟ ଅନୁଭବ କଲେ ଡ଼ାକ୍ତରଖାନାକୁ ଯାଉଥିବାର ଦେଖାଯାଇଛି । ତେବେ ଆଜି କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସôା ପାଇଁ ଲୋକେ ଆସିଥିଲେ ବି ଦିବା ୧୦ ଘଟିକା ପର୍ଯ୍ୟନ୍ତ ଡ଼ାକ୍ତର ଆସିନଥିଲେ । ବିଳମ୍ବରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ ଡ଼ାକ୍ତର ସଶ୍ମିତା ଖିଲାରଙ୍କୁ ଡ଼ାକ୍ତରଖାନା ଭିତରକୁ ଛାଡ଼ି ନଥିଲେ । ସ୍ଥାନୀୟ ଅଞ୍ଚଳର ଯୁବନେତା ରାମେଶ୍ୱର ଭାରତୀ, ନାରୀନେତ୍ରୀ ସୁନା ପଣ୍ଡା, ବାସୁଦେବ ଜେନା ବିଳମ୍ବର କାରଣ ପ·ରିବାରୁ ମହିଳା ଡ଼ାକ୍ତର ଜଣଙ୍କ ସେମାନଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ପରେ ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା । ଏନେଇ ଡ଼ାକ୍ତର ଖିଲାରଙ୍କୁ ପଚରାଯାଇଥିବା ବେଳେ ସେ କହନ୍ତି, ବର୍ତ୍ତମାନ ଯାନବାହାନ ଚଳାଚଳ ବନ୍ଦ ରହିବା ଫଳରେ ଡ଼ାକ୍ତରଖାନାରେ ପହଞ୍ଚିବାକୁ ବିଳମ୍ବ ହୋଇଛି । ଏଥିସହ ଶୂନଶାନ ରାସ୍ତାରେ ଆମେ ଜୀବନକୁ ବାଜି ଲଗାଇ ବାଇକରେ ଆସି ପ୍ରତିଦିନ ଶହେରୁ ଉଦ୍ଧ୍ୱର୍ ରୋାଗୀଙ୍କର ଚିକିସôା କରାଯାଉଛି ବୋଲି ସୂଚନା ଦେଇଥିଲେ । ଏହା ଛଡ଼ା ଏଠାରେ ଜଣେ ଫର୍ମାଶିଷ୍ଟ ଓ ଜଣେ ଏଏନଏମକୁ ନେଇ କାର୍ଯ୍ୟ କରାଯାଉଛି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ଆଜି ଠାରୁ ଜିଲ୍ଲାରେ ଥିବା ପ୍ରତ୍ୟେକ ସରକାରୀ ଡ଼ାକ୍ତରଖାନା କେବଳ ଜରୁରୀ ସେବା ନିମନ୍ତେ ଖୋଲା ରହିବି ଓ ଓପିଡ଼ି ବନ୍ଦ ରହିବା ନେଇ ଆଜି ଆଗରପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଭାରପ୍ରାପ୍ତ ମେଡ଼ିକାଲ ଅଫିସର ଦିପକ ଜେନା, ତହସିଲଦାର ଇନ୍ଦିରା ସାହୁ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ ଉପସ୍ଥିତ ଥିଲେ ।