ଠାକୁରମୁଣ୍ଡା : ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ ।ସ୍ତ୍ରୀ ର ବେକ କୁ କଟୁରି କାଟି ହତ୍ୟା କରିଛି ସ୍ୱାମୀ। ଠାକୁରମୁଣ୍ଡା ଥାନା ରେ ହତ୍ୟାକାରୀ ସ୍ୱାମୀ ରାଜେନ୍ଦ୍ର ବ୍ୟବହୃତ କଟୁରି ସହ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛି।ଶୁକ୍ରବାର ସକାଳ ପ୍ରାୟ ୯ ଟା ସମୟରେ ଘଟିଛି ଏପରି ଏକ ଘଟଣା।
ପ୍ରକାଶ ଯେ,ଗ୍ରାମର ରାଜେନ୍ଦ୍ର ମହାକୁଡ଼ ର ବାପା ଓ ମା ସକାଳେ ଠାକୁରମୁଣ୍ଡା ବଜାର କୁ ଆସିଥିବା ବେଳେ ରାଜେନ୍ଦ୍ର ଓ ତା ସ୍ତ୍ରୀ ଏବଂ ତାଙ୍କର ଦୁଈ ଛୋଟ ଝିଅ ଘରେ ଥିଲେ। ଏହି ଘରଭିତରେ ଏକ କଟୁରି ନେଇ ରାଜେନ୍ଦ୍ର ତାର ସ୍ତ୍ରୀ ପ୍ରତିମା କୁ ଆକ୍ରମଣ କରି ବେକ କୁ କାଟି ମୁଣ୍ଡ ରୁ ଗଣ୍ଡି କୁ ଅଲଗା କରି ଦେଇଥିଲା। ହତ୍ୟା କରି ସରିବା ପରେ ମୁଣ୍ଡ କୁ ତାଙ୍କ ଘର ଛେଳି ଗୁହାଳ ଭିତରେ ମାଟି ଖୋଳି ପୋତି ଦେଇଥିଲା।ଏପଟେ ହତ୍ୟାକାଣ୍ଡ ସ୍ଥଳ ରେ ଘର ଭିତରେ ମୁଣ୍ଡ ବିହୀନ ରକ୍ତ ଜୁଡୁବୁଡୁ ଦେହ ପଡି ରହିଥିଲା।ମା କୁ ବାପା ହତ୍ୟା କରିବା ଦେଖି ତାଙ୍କର ଦୁଇ ଛୋଟ ଝିଅ ଦୌଡ଼ି ପଳାଇ ଯାଇଥିଲେ।ସ୍ତ୍ରୀ କୁ ହତ୍ୟା କରି ମୁଣ୍ଡ ପୋତି ଦେଇ ହତ୍ୟାକାରୀ
ରାଜେନ୍ଦ୍ର ବ୍ୟବହୃତ କଟୁରି ନେଇ ଠାକୁରମୁଣ୍ଡା ଥାନା ରେ ଯାଇ ଆତ୍ମସମର୍ପଣ କରିଥିଲେ।ଥାନା ରେ ଆତ୍ମସମର୍ପଣ କରିବା ପରେ ପୋଲିସ ଘଟଣାସ୍ଥଳ କୁ ଯାଇତଦନ୍ତ ଆରମ୍ଭ କରିଛି।ହତ୍ୟାକାଣ୍ଡ ର କାରଣ କଣ ତାହା ଜଣା ପଡ଼ିନଥିବା ବେଳେ ପୂର୍ବରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଈ ସ୍ତ୍ରୀ ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ। ପରେ ଉଭୟ ପରିବାର ବୁଝାମଣା ପରେ ପ୍ରତିମା ସ୍ୱାମୀ ଘରକୁ ଆସି ରହି ଥିଲେ। ପୋଲିସ କେଶ ନମ୍ବର ୫୫ ଅନୁଯାଇ ଘଟଣା ର ତଦନ୍ତ ଚଳାଇ ଥିବା ବେଳେ ହତ୍ୟାକାଣ୍ଡ ସ୍ଥଳ କୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ତଦନ୍ତ ଚାଲିଛି।ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
