Odisha news

ଗୋପାଳ ପ୍ରସାଦ କ୍ଷତିଗ୍ରସ୍ତ ପ୍ରଜାଙ୍କ ଖଣି ବନ୍ଦ ଆନ୍ଦୋଳ

0

ତାଳଚେର ତା ୧୭/୦୬ ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଗୋପାଳ ପ୍ରସାଦ ତୃତୀୟ ପର୍ଯ୍ୟାୟଗାଁ କମିଟିତ ପକ୍ଷରୁ ନିଯକ୍ତି ଓ ଥଇଥାନ କୁନେଇ ପୂର୍ବ ନିଷ୍ପତିକ୍ରମେ ଆଜି ସକାଳ ୫ ଘଟିକା ସମୟରୁ ହିଙ୍ଗୁଳା ପ୍ରକଳ୍ପକାର୍ଯ୍ୟାଳୟ ନିକଟରେ ଥିବା ପରିବହନ ରାସ୍ତାକୁ ଅବରୋଧ କରିବା ସହିତ ଆନ୍ଦୋଳନକୁ ତୀବ୍ରତର କରିଥିଲେ । ହିଙ୍ଗୁଳା କୋଇଲାଖଣିରେ ଗୋପାଳ ପ୍ରସାଦ ଅଂଚଳର ଜମି ବହୁବର୍ଷରୁ ଏମସିଲ ଅଧିଗ୍ରହଣ କରି ସେମାନଙ୍କର ଉପଯୁକ୍ତ କ୍ଷତିପୁରଣ ନିଯୁକ୍ତିରେ ଟାଳଟୁଳ ନିତି ଅବଲମ୍ବନ କରୁଥିବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀମାନେ ଆନ୍ଦୋଳନ କରିଥିଲେ ।

ସେମାନେ ବାରମ୍ବାର ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ, ଏମସିଏଲ ଉଚ୍ଚ କତୃପକ୍ଷଙ୍କୁ ଗୁହାରୀ କରିଥିଲେ ମଧ୍ୟ ଅଦ୍ୟାବଧି କେହିହେଲେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ଗ୍ରାମବାସୀମାନେ ଏହା ଅଭିଯୋଗ କରିଛନ୍ତି । ତାଳଚେର ଉପଜିଲ୍ଳାପାଳ ଏଥିନେଇ ୧୮ ତାରିଖ ଦିନ ଏକ ବୈଠକ ଡ଼କାଇଥିଲେ । ବିଗତ ଦିନରେ ଏଭଳି ଅନେକ ଥର ବୈଠକ ଉପରେ ବୈଠକ କରାଯାଇ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ପରବର୍ତୀ ସମୟରେ ପ୍ରତାରଣାର ଶୀକାର ହୋଇଛନ୍ତି ବୋଲି ସେମାନେ ଏହା ଅଭିଯୋଗ କରିଛନ୍ତି ।

ଫଳରେ ଆସନ୍ତା ବୈଠକକୁ ଅପେକ୍ଷା ନକରି ନିଜର ହକ୍ ପାଇଁ ଆଜି ହିଙ୍ଗୁଳା କୋଇଲା ଖଣିରେ ରାସ୍ତାରୋକ୍ କରିବା ସହ ପରିବହନ ଓ କୋଇଲା ଉତୋଳନ ବନ୍ଦ କରି ନିଜ ଦାବିରେ ଅଟଳ ରହିଛନ୍ତି । ତେବେ ଖବର ଲେଖା ହେଲା ବେଳେକୁ ଆନ୍ଦୋନଳ ଜାରି ରହିଥିବା ଜଣାପଡ଼ିଛି ଘଟଣା ସ୍ଥଳରେ କୋଲିୟରୀ ଥାନା ଆଇଆଇସି, ହିଙ୍ଗୁଳା ଜିଏମ, ପିଓ ପଂହଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଫଳ କିଛି ମିଳିନଥିବାରୁ ଆନ୍ଦୋଳନ କାରି ରହିଥିବା  ଥାନା ସୂତ୍ରରୁ ଜଣାପଡ଼ିଛି । ତେବେ ଜିଏମ ଆନ୍ଦୋଳନକରୀଙ୍କୁ ବହୁ ବୁଝାସୁଝା କରିବା ସହିତ ସମସ୍ତ କ୍ଷତିଗ୍ରସ୍ତଙ୍କୁ ନିୟମ ଅନୁଯାୟୀ ଚାକେରୀ, କ୍ଷତିପୂରଣ ଇତ୍ୟାଦି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ତୁମ୍ଭେମାନେ ଆମକୁ ସାହାର୍ଯ୍ୟ ସହଯୋଗର ହାତ ବଢ଼ାଅ ବୋଲି ପ୍ରକାଶ କରିବାରୁ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ।

Nalco
Leave A Reply