Odisha news

ସାଉଥବଲଣ୍ଡା ରାସ୍ତା ସାଜିଛି ମରଣଯନ୍ତା

0

ତାଳଚେର ତା ୧୭/୦୬ ତାଳଚେର ବସ୍‌ଷ୍ଟାଣ୍ଡା ଠାରୁ ଭାୟା ସାଉଥବଲଣ୍ଡା ଦେଇ ହିଙ୍ଗୁଳା ପର୍ଯ୍ୟନ୍ତ ଏକମାତ୍ର ରାସ୍ତା ରହିଛି । ଏହି ରାସ୍ତାଦେଇ ଦୈନନ୍ଦିନ ସହସହ ସଂଖ୍ୟକ ଯାନବାହାନ ସମେତ ଛୋଟବଡ଼ ଯାତ୍ରୀବାହୀ ବସ୍ ଚଳାଚଳ କରିଥାନ୍ତି । ଏହି ରାସ୍ତାଟି ଉପରେ ତାଳଚେର ପୌରପରିଷଦ ସମେତ ନିକଟରେ ଥିବା ଗ୍ରାମାଚଂଳ ଘଂଟପଡ଼ା, ଡ଼େରା, ଟେଟୁଂଲୋଇ, ଗୋବରା, ସୋଲଡ଼ା, ଗୋପାଳ ପ୍ରସାଦ, କଳମଛୁଇଁ, କୁମୁଣ୍ଡା, ଡ଼ଅଁରା ପ୍ରାୟ ୫ଟି ପଂଚାୟତରୁ ସମେତ ଏମସିଏଳ ସମସ୍ତ କର୍ମଚାରୀ, ରାଜନେତା, ପ୍ରଶାସନ ଇତ୍ୟାଦି ଏହି ରାସ୍ତାଦେଇ ଦୈନନ୍ଦିନ ଯାତାୟତ କରିଥାନ୍ତି । ମାତ୍ର ପରିତାପର ବିଷୟ ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା ନଥିବାରୁ ଏହି ଏମସିଏଲ ରାସ୍ତାଟି ଉପରେ ସମସ୍ତେ ବହୁ ବର୍ଷରୁ ନିର୍ଭର କରି ଆସୁଛନ୍ତିି ।

ତେବେ ସାଉଥବଲଣ୍ଡା ଠାରୁ କନ୍‌ଭେୟେର୍ ବେଲ୍ଟ ନିକଟରେ ଥିବା କବି ଢ଼ାବା ଛକ ପ୍ରାୟ ୨କିମି ପର୍ଯ୍ୟନ୍ତ ରାସ୍ତାଟି ଅତି ଅବସ୍ଥା ଶୋଚନୀୟ ହୋଇପଡ଼ିଛି ।  ଏହି ରାସ୍ତାଟି ସଂକୀର୍ଣ୍ଣ ହେବା ସହ ଅତି ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ ଏହାକୁ କେହି ଦୃଷ୍ଟି ଦେଉନାହାନ୍ତି । ଅପରପକ୍ଷେ ରାସ୍ତାର ଗୋଟିଏ ପାଶ୍ୱର୍ରେ ଜଗନ୍ନାଥ କୋଇଲା ଖଣି  ଥିବା ବେଳେ ଆଉ ଗୋଟିଏ ପାଶ୍ୱର୍ରେ କୋଲୱାସେରୀ ପ୍ଲାଂଟ ରହିଛି ।

ଏହି ଜଗନ୍ନାଥ କୋଇଲା ଖଣିରୁ ଦୈନନ୍ଦିନ ଏହି ୱାସେରୀକୁ ହାଇୱା ଯୋଗେ ସହସହ ଟ୍ରିପ୍ କୋଇଲା ରାସ୍ତା ପାରହୋଇ ପ୍ଲାଟକୁ ଚଳାଚଳ କରିଥାଏ । ଯାହା ଫଳରେ ରାସ୍ତାଟି ନଷ୍ଟ ହେବାସହ ହାଇୱାରୁ ଅଂଚଳଟି ପ୍ରଦ୍ୟୁଷଣରେ ଧୂଳି ଧୂଆଁରେ ଦିନ ସାଜିଥାଏ ରାତି । ଏହି ରାସ୍ତାଦେଇ ସାଇକେଲ ଓ ବାଇକ୍ ଆରୋହୀ ଧୂଳିଧୂଆଁରେ ଅଣନିଶ୍ୱାସୀ ହୋଇପଡ଼ୁଥିବା ବେଳେ ଦୈନନ୍ଦିନ ଦୁର୍ଘଟଣା ଘଟୁଥିବା ଅନେକ ଦୃଷ୍ଟାନ୍ତମାନ ରହିଛି । ତେଣୁ ରାସ୍ତାର ପ୍ରଶସ୍ତିକରଣ ଓ ରାସ୍ତାରେ ଦୈନନ୍ଦିନ ପାଣି ସିଚଂନ କରିବା ଲାଗି ଅଂଚଳବାସୀ ପକ୍ଷରୁ ଦାବି ହେଉଛି । ତେବେ ଏହି ରାସ୍ତାଟି ଏନଟିପିସି/ଟିଟିପିଏସ୍‌ର କିଛି ଅଂଶ ରହିଥିବା ବେଳେ ଆଉ କିଛି ଏମସିଏଲର ରହିଛି, ଫଳତଃ ଏହି ରାସ୍ତାକୁ ନିର୍ମାଣ କରିବାକୁ ନେଇ ‘ଦୋ’ଛକିରେ ପଡ଼ି ରହିଛି ଏହି ବହୁପୂରାତନ ରାସ୍ତାଟି । ତେଣୁ ଏଥିନେଇ ସମ୍ଭବତଃ ରାସ୍ତାଟିର କାର୍ଯ୍ୟ ନା କରୁଛି ଏନଟିପିସି/ଟିଟିପିଏସ ନା କରୁଛି ଏମସିଏଲ । ତେଣୁ ଏଥିପ୍ରତି ତୁରନ୍ତ ଅନୁଗୋଳ ଜିଲ୍ଳାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Nalco
Leave A Reply