ତାଳଚେର ତା ୧୭/୦୬ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଲିଙ୍ଗରାଜ କୋଇଲା ଖଣି ପକ୍ଷରୁ ତାଳଚେର ପୌରପରିଷଦ ଅନ୍ତର୍ଗତ ହାଣ୍ଡିଥଧୂଆଁ ଛକ ଠାରୁ ପୋଲିଥିନ୍ ମୁକ୍ତ କରିବା ପାଇଁ ଏକ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ତତ୍ ସହିତ ରାସ୍ତାରେ ପଡ଼ିଥିବା ପୋଲିଥିନ୍ ଉଠାଇ ପରିଷ୍କାର ପରିଚ୍ଛନ୍ନ କରିବା ସହିତ ସ୍ୱଚ୍ଛଭାରତ ଅଭିଯାନ ସମ୍ପର୍କରେ ଅଂଚଳବାସୀଙ୍କୁ ଅବଗତ କରିଥିଲେ ଏବଂ ଦୋକାନୀ ମାନଙ୍କୁ ପୋଲିଥିନ୍ ରୋକ୍ ଲଗାଇବାକୁ ବାର୍ତା ପ୍ରଦାନ କରିଥିଲେ । ଏଭଳି ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ତାଳଚେର ଅଂଚଳରେ ବ୍ୟାପକ କରାଯିବ ବୋଲି ଲିଙ୍ଗରାଜ ପକ୍ଷରୁ ସୂଚନା ପ୍ରଦାନ କରାଯାଛି । ଉକ୍ତ ମହତ୍ କାର୍ଯ୍ୟକ୍ରମରେ ଲିଙ୍ଗରାଜ ଷ୍ଟାଫ୍ ଅଫିସର୍ ଋତୁରାଜ ଶର୍ମା, ମୁଖ୍ୟଯନ୍ତ୍ରୀ ଅମିତ ଡ଼ୋଗ୍ରା, ଜଗଦାନନ୍ଦ ନାୟକ, କନିଷ୍ଠଯନ୍ତ୍ରୀ ଯଶୋବନ୍ତ ନାୟକ ପ୍ରମୁଖ ଶତାଧିକ ଖଣି କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
