Odisha news

କନିକା ଗସ୍ତରେ ରାଜ୍ୟପାଳ ସହିଦ୍ ବାସୁ ବିସୁନି ଙ୍କ ଶତବାର୍ଷିକୀ ପାଳିତ

0
ଆଳି – ୧୭.୬.୨୦୨୨ : ଗାରିମାମୟ ଶହିଦ୍ ବାସୁ ବିସୁନି ଙ୍କ ଶତବାର୍ଷିକୀ ଆଜି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ର ପଞ୍ଚାୟତ ସମିତି ସଭାଗୃହରେ ପାଳିତ ହୋଇଯାଇଛି । କନିକା ସହିଦ୍ ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ସଭାରେ ସଂସଦର ସଭାପତି ଦାମୋଦର ଧଳଙ୍କ ସଭାପତିତ୍ଵରେ ଓ ପ୍ରଫେସର ସୁଧା ଦାଶଙ୍କ ସଂଯୋଜନାରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ସହିଦ୍ ପରିବାର ତଥା ଅନ୍ୟ ପ୍ରତିଭାମାନଙ୍କୁ ସମ୍ଵର୍ଦ୍ଧିତ କରି “ଅନିର୍ବାଣ” ପତ୍ରିକା ଉନ୍ମୋଚନ କରିଥିଲେ । ଓଡିଶା ବା ଭାରତ ବାସୀଙ୍କୁ କେହି ଶାସନ କରୁ ନ ଥିଲେ, ବରଂ ସଂଗ୍ରାମୀ କରିବା ଆମଠାରୁ ସେମାନେ ସିଖିଛନ୍ତି । ୧୯୬୪ ମସିହାରେ ବ୍ରିଟିଶ ସରକାରଙ୍କ ୬୪ ପ୍ରକାର କର ବିରୁଦ୍ଧରେ ସଂଗ୍ରାମ କରି ଦେଶପାଇଁ ନିଜକୁ ଉତ୍ସର୍ଗ କରିଥିବା ବାସୁ ସେଠୀ ଓ ବିସୁନି ମଢୁଆଳଙ୍କ ବଳିଦାନର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ମୁଁ ନିଜକୁ ଗୌରବାନିତ୍ଵ ମନେକରୁଛି ।
ଓଡ଼ିଶାର ପ୍ରଥମ ସହିଦ୍ ରୂପେ ଏହି ଦୁହିଁଙ୍କ ନାମ ଭାରତ ଇତିହାସରେ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହେବା ଆବଶ୍ୟକ । ସଂସଦର ସମ୍ପାଦକ ସାମ୍ଵାଦିକ ସୁକାନ୍ତ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ, ମୁଖ୍ୟବକ୍ତା ଭାବେ ଓଡ଼ିଆ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡ. ହୁସେନରବି ଗାନ୍ଧୀ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦାସ ମଞ୍ଚାସିନ ଥିଲେ । କନିକା ପ୍ରଜା ଆନ୍ଦୋଳନ ର ଶତବାର୍ଷିକୀ ପୁର୍ତ୍ତୀ ଉତ୍ସବରେ ଯୋଗ ଦେବାକୁ ଆସିବାବେଳେ  ରାଜ୍ୟପାଳ ଆଳି ଡାକ ବଙ୍ଗଳା ଠାରେ ରହଣୀ ସମୟ ରେ ରାଜ୍ୟପାଳ ଙ୍କୁ ଗାଡ଼ ଅଫ ଅନର ପୋଲିସ ପକ୍ଷରୁ ଦିଯାଇଥିଲା ! ପରେ ଆଳି ର ପଞ୍ଚାୟତସମିତି ଅଧ୍ୟକ୍ଷ ମନରଞ୍ଜନ ସାମଲ ଓ ଜିଲ୍ଲା ପରିଷଦ ଭୀଷ୍ମ ମହାନ୍ତି ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ପୁଷ୍ପ ଗୁଛ ଦେଇ ସ୍ୱାଗତ ଜଣାଇ ଥିଲେ ! ପରେ ରାଜ୍ୟ ପାଳ ରାଜକନିକା ଅଭିମୁଖେ ଯାତ୍ରା କରିଥିଲେ !
Nalco
Leave A Reply