Odisha news

ଗାଙ୍ଗପୁରରେ ମୋ ଗାଆଁ ମୋ ତହସିଲ୍ କାର୍ଯ୍ୟକ୍ରମ

0

ବେଲଗୁଣ୍ଠା,17/06, ଗାଙ୍ଗପୁର ପଞ୍ଚାୟତର ମିଶନ୍ ଶକ୍ତି ଗୃହ ପରିସରରେ ମୋ ମୋ ଗାଆଁ ମୋ ତହସିଲ୍ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 45 ଜଣଙ୍କୁ ଜମି ପଟ୍ଟା ବିତରଣ କରାଯାଇଥିବା ବେଳେ 20 ଜଣଙ୍କୁ ସ୍ଥାୟୀ ବାସୀନ୍ଦା, ଜାତିଗତ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା I ସେହିପରି 54 ଟି ଗ୍ରାମ କଣ୍ଟକ ମୋକଦ୍ଦମା ଏବଂ 22 ଟି ଅଭିଯୋଗ ଶୁଣାଣି କରାଯାଇଥିବା ବେଳେ ଚାରୋଟି ନୂତନ ଦରଖାସ୍ତ ଗ୍ରହଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ରାଜସ୍ଵ ନିରୀକ୍ଷମ ପ୍ରଦୀପ କୁମାର ଗୌଡ଼,ବରିଷ୍ଠ ରାଜସ୍ୱ ସହାୟକ ରବୀନ୍ଦ୍ର ମଲ୍ଳିକ,ରାଜେନ୍ଦ୍ର କୁମାର ନନ୍ଦ, ରାଜସ୍ଵ ପରିଦର୍ଶକ କଂଗ୍ରେସ୍ ମଲ୍ଲିକ ,କନିଷ୍ଠ ରାଜସ୍ଵ ସହାୟକ ସୁଜିତ୍ କୁମାର ପଟ୍ଟନାୟକ,ପ୍ରଦୀପ୍ କୁମାର ପ୍ରଧାନ,ସୌମ୍ୟରଞ୍ଜନ ମହାନ୍ତି, ରବୀନ୍ଦ୍ର ଦଳାଇ, ରାଜସ୍ଵ କର୍ମଚାରୀ ଆଲ୍ଲା ଉଦ୍ଦିନ ଖାଁ,ଗାଙ୍ଗପୁର ଜନସେବା କେନ୍ଦ୍ର ପ୍ରତିନିଧି ମାନସ କୁମାର ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ I ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ଦଳବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ମୋ ଗାଆଁ ମୋ ତହସିଲ କାର୍ଯ୍ୟକ୍ରମର ଲାଭ ଉଠାଇବା ପାଇଁ ଜନ ସାଧାରଣଙ୍କୁ ଉତ୍ସାହିତ କରିଥିଲେ I ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ଯେକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କର ତହସିଲ ସମ୍ପର୍କିତ ଥିବା ସମସ୍ୟା ଗୁଡ଼ିକ ତୁରନ୍ତ ସମାଧାନ କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ପ୍ରକାଶ କରିଥିଲେ I

IEC 2 years
Leave A Reply