ଜମନକିରା,୧୭/୬ ଜମନକିରା ବ୍ଲକ ସଦର ମହକୁମା ବସଷ୍ଟାଣ୍ଡ ସମ୍ବୁଖରେ ଥିବା ଶୌଚାଳୟ ଟି ଏବେ ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଛି। ରକ୍ଷଣା ବେକ୍ଷଣ ଅଭାବରୁ ମଇଳା ଆବର୍ଜନା ପଡ଼ିବା ସହ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତେବେ ଏହାର ରକ୍ଷଣା ବେକ୍ଷଣ ନକଲେ ପଞ୍ଚାୟତରେ ତାଲା ପକାଯିବ ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।
ସୂଚନଯୋଗ୍ୟ ଜମନକିରା ବ୍ଲକ ସଦର ବସଷ୍ଟାଣ୍ଡଟି ଏକ ମୁଖ୍ୟ ପେଣ୍ଠସ୍ଥଳୀ ଅଟେ। ଏହି ଛକ ଦେଇ ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା କୁଚିଣ୍ଡା ଦେଇ ଅନେକ ସହରାଞ୍ଚଳ କୁ ଯୋଗାଯୋଗ ରହିଛି। ଏଠାରେ ପ୍ରତ୍ୟେକ ଦିନ ଶହ ଶହ ଯାନବାହନ ଯାତାୟତ କରୁଥିବା ବେଳେ ପ୍ରତ୍ୟହ ହଜାର ହଜାର ଲୋକ ଏଠିକି ନିଜ ନିଜ କାର୍ଯ୍ୟ ପାଇଁ ଅସି ବଷ୍ଟଟାଣ୍ଡରେ ବିଶ୍ରାମ ନେଇ ଥାଆନ୍ତି। ଏଠି ଲୋକଙ୍କ ସୁବିଧାକୁ ନେଇ ଅନେକ ସଙ୍ଘର୍ଷ ପରେ ପଞ୍ଚାୟତ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୪ ଲକ୍ଷ ୫୦ ହଜାର ବ୍ୟୟ ଅଟକଳ ପରିମାଣରେ ପଞ୍ଚାୟତ ପକ୍ଷରୁ ଗ୍ରାମକମିଟି କୁ କାର୍ଯ୍ୟ ହସ୍ତାନ୍ତର କରି ଶୌଚାଳୟ ଟିଏ ନିର୍ମାଣ ହୋଇଥିଲା।
ଗୋଟାଏ ପଟେ ମହିଳାଙ୍କ ଓ ଅନ୍ୟପଟେ ପୁରୁଷ ମାନଙ୍କ ପାଇଁ ଶୌଚାଳୟ ଉଦ୍ଧିଷ୍ଟ ଥିଲା। ମାତ୍ର ପଞ୍ଚାୟତ ପକ୍ଷରୁ ଏହାର ରକ୍ଷଣା ବେକ୍ଷଣ ଅଭାବ ତଥା ସଫାସୁତୁରା ରଖା ଯାଉନଥିବାରୁ ଶୌଚାଳୟଟି ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ। ଅପେକ୍ଷାରତ ଯାତ୍ରୀ ଏବଂ ବସ ଗୁଡିକରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ବହୁତ ସମସ୍ୟା ଉପୁଜିଛି। ଏହା ଉପରେ ନିର୍ଭର କରୁଥିବା ଲୋକେ ନାହଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଶୌଚାଳୟରେ ଅଟକଳ ପରିମାଣରୁ ଏକ ଡ୍ରେନର ବ୍ୟବସ୍ଥା ରହିଛି। ଏଥିସହ ପାଣିର ସୁବିଧା କରାଯିବାକୁ ବ୍ୟବସ୍ଥା ରହିଥିବା ବେଳେ ତାହା କରାଯାଇନାହିଁ। ଯାହା ଫଲରେ ଶୌଚାଳୟରେ ମଲମୂତ୍ର ଜମା ହୋଇ ଦୁର୍ଗନ୍ଧଯୁକ୍ତ ପରିବେଶ ସୃଷ୍ଟି ହେଉଛି।
ଏଥିସହ ଲୋକେ ନାନା ଚର୍ମରୋଗରେ ଲୋକେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ପୁଣି ଏଠାରେ ଶୌଚ ନିମନ୍ତେ ଗୋଟାଏ ଲେଖାଏଁ ଶୌଚାଳୟ ରହିଛି ଯେଉଁଠି କି ଯେତେବେଳେ ଗଲେ ମଧ୍ୟ ତାଲା ପଡ଼ିଥିବା ଦେଖିବାକୁ ମିଲୁଛି। ଯାହା ଫଲର ଆସୁଥିବା ରୋଗୀ, ଗର୍ଭବତୀ ମହିଳା, ବୃଦ୍ଧା ତଥା କୁନି କୁନି ଶିଶୁ ମାନେ ବାଧ୍ୟ ହୋଇ ପାଖରେ ଥିବା ବନ୍ଧ ଓ କଟା ହୁଡାରେ ଶୌଚ କରିଦେଉଥିବା ଦେଖା ଯାଇଛି। ଅଞ୍ଚଳଟି ଅପରିଷ୍କାର ହେବା ଶହ ଲୋକଙ୍କ ମନରେ ଘୃଣ୍ୟ ମନୋଭାବ ସୃଷ୍ଟି ହେଉଛି। ଏଠି ପ୍ରତ୍ୟେକ ସମୟରେ ପାଇଖାନା ଗୁଡ଼ିକରେ ତାଲା ପଡ଼ିଥିବାରୁ ଲୋକେ ପଞ୍ଚାୟତର ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ପ୍ରତ୍ୟେକ ଦିନ ପାଣି ସିଞ୍ଚନ ଶହ ଶୌଚାଳୟକୁ ସଫା ସୁତୁରା ସହ ପାଇଖାନା ଗୁଡ଼ିକ ସବୁ ସମୟରେ ଖୋଲା ରହିବାକୁ ଯାତ୍ରୀ ତଥା ବ୍ୟବସାୟୀଙ୍କ ପକ୍ଷରୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ମନୋଜ କୁମାର ପଟେଲଙ୍କ ଯୋଗାଯୋଗ କରି ପଚାରିବାରୁ ସେ ପଞ୍ଚାୟତ କିଛି ଦିନ ହେଲା ଯୋଗ ଦେଇଛନ୍ତି। ବୁଝିକି ବ୍ୟବସ୍ଥା କରାଯିବ ବୋଲି କହିଥିଲେ।
