Odisha news

ରାସ୍ତା ଅବସ୍ଥା ଶୋଚନୀୟ,ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁନାହିଁ ଖଟିଆ ରେ ବୁହା ହେଲେ ରୋଗୀ

0
ଠାକୁରମୁଣ୍ଡା : ଖଟିଆରେ ବୁହାହେଲା ରୋଗୀ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମ ପଞ୍ଚାୟତ ର ଅଶନବଣି ଗାଁରେ।ଗ୍ରାମ ର ରାସ୍ତା ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଖରାପ ହୋଇଥିବା କାରଣ ରୁ ଲୋକେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହୋଇଅସୁଛନ୍ତି।ଏପରି ସମୟରେ  ଆମ୍ବୁଲାନ୍ସ ଗ୍ରାମକୁ ନଯାଇ ପରିବା ରୁ ରୋଗୀ କୁ ଖଟିଆରେ ବୋହି ଅମ୍ବୁଲାନ୍ସ ରେ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ।
        ପ୍ରକାଶ ଯେ ବୁଧବାର ଅପରାହ୍ନ ସମୟରେ ଗ୍ରାମ ର ସୀତା ମାରାଣ୍ଡି ନାମକ ଜଣେ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବାପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଡାକିଥିଲେ।୧୦୮ ଆମ୍ବୁଲାନସ ଗ୍ରାମକୁ ପହଞ୍ଚି  ବାର  ୨ କିମି ଦୂର ପୂର୍ବ ରୁ ରାସ୍ତା ଖରପ ଯୋଗୁଁ ଯାଇ ନପାରି ଅଟକି ରହିଥିଲା।ଅମ୍ବୁଲାନ୍ସ କର୍ମଚାରୀ ରୋଗୀ ଙ୍କ ପରିବାର ଲୋକ ଙ୍କୁ ଜଣାଇବା ପରେ ପରିବାର ଲୋକେ ରୋଗୀ କୁ ଏକ ଖଟିଆ ରେ ଶୁଆଇ ବୋହି ଆଣି ଆମ୍ବୁଲାନ୍ସ ରେ ଭର୍ତ୍ତି କରିତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଚମ୍ପାଝର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ କେନାଲ ରାସ୍ତାରେ ଅସନବଣି ଗ୍ରାମ କୁଯିବାକୁ ଏହା ଏକମାତ୍ର ରାସ୍ତା।ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୨ କିମି ଏହି ରାସ୍ତା ଖାଲଖମା କାଦୁଅ ପଚ ପଚ ରାସ୍ତା ରେ ଯାନବାହନ ଚଳାଚଳ ତ ଦୂରର କଥା ବର୍ଷା ହେଲେ ଲୋକେ ପଦରେ ଯାତାୟତ କରିବା ମଧ୍ୟ କଷ୍ଟକର ହୋଇପଡିଛି।ଗ୍ରାମରେ ୯୨ ଟି ପରିବାର ୪୨୦ ଜଣ ଲୋକ ବସବାସ କରୁଛନ୍ତି ।
ଗ୍ରାମ ରୁ ବାହାରିବା କୁ ହେଲେ ଏ ସମସ୍ତ ଗ୍ରାମବାସୀ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତା କୁ ନିର୍ମାଣ ନିମନ୍ତେ ଆଗରୁ ବହୁବାର ଗ୍ରାମର ପଲ୍ଲୀ ସଭା ରେ ପ୍ରସ୍ତାବ ଦିଆଯାଇ ଥିବା ବେଳେ ଏହା କାର୍ଯ୍ୟକାରୀ କରାଯାଉ ନଥିବା ନେଇ ଗ୍ରାମବାସୀଅନେ ଅଭିଯୋଗ ଆଣିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଦେଢ କି.ମି ରାସ୍ତା ଖାଲ ଖମା ସହିତ କାଦୁଅ ପଚ ପଚ ହେଲେବି  ଏଇ ଗାଁ କୁ ଖଣ୍ଡିଏ ଭଲ ରାସ୍ତା ନିର୍ମାଣ ହଇ ପାରିଲା ନାହିଁ ।  ଯାହା ଫଳରେ ଦେହ ଖରାପ କିମ୍ବା ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବାକୁ ହେଲେ ଗ୍ରାମବାସୀ ମାନେ ଖଟିଆ ଭରସା ରେ ରହିଛନ୍ତି।ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଟୁରା ହୋ,ପ୍ରତାପ ମହାନ୍ତ, ଶ୍ରୀରାମ ହାନ୍ସଦା,ମାଙ୍ଗାତ ଟୁଡୁ,ଗାଲୁ ହୋ,ଗୋବିନ୍ଦ ଟୁଡୁ,ବିରେନ୍ଦ୍ର ମହାନ୍ତ, ସାନ ମାଝୀ, ରୁପା ନାୟକ,ମିନା ମହାନ୍ତ ପ୍ରମୁଖ ଗ୍ରାମବାସୀ ଦାବୀ କରିଛନ୍ତି।

Leave A Reply