ଯାଜପୁର ୧୮/୦୬ : ବରୀ ବ୍ଲକ ମହାକାଳପଡ଼ା ପଞ୍ଚାୟତ ନିଳାପଦା ଗ୍ରାମର ତଳସାହି ଗୋଷ୍ଠୀ କେନ୍ଦ୍ର ବା କମୁ୍ୟନିଟି ସେଣ୍ଟରକୁ ଜିଲ୍ଲାପାଳ ରଂଜନ କୁମାର ଦାସ ବାତିଲ କରିଦେଇଛନ୍ତି । ଏହାସହ ଏହି ଗୋଷ୍ଠୀ କେନ୍ଦ୍ରର ଅନିୟମିତତା ପାଇଁ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର କୁମାର ଦାସ ଓ ବରିଷ୍ଠ ରାଜସ୍ୱ ସହାୟକ ଶମ୍ବୁନାଥ ବେହେରାଙ୍କୁ ଜିଲ୍ଲାପାଳ କାର୍ଯ୍ୟାରୁ ନିଲମ୍ବନ କରିଛନ୍ତି । କାଗଜପତ୍ର ହଜାଇବା, କାଗଜ ପତ୍ରକୁ ହେରଫେର କରିବା, ନିର୍ଦ୍ଧାରିତ ସ୍ତାନ ପରିବର୍ତ୍ତେ ଅନ୍ୟ ସ୍ଥାନରେ ପ୍ରକଳ୍ପ କରାଇବା, କ୍ୟାସବୁକ୍ ହେରଫେର କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
୩ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ ପାଇଁ ବରୀ ତହସିଲଦାର ନିର୍ଦ୍ଧାରିତ ସ୍ଥାନ ଯୋଗାଇ ଦେଇଥିଲେ ମଧ୍ୟ ସେଠାରେ ପ୍ରକଳ୍ପଟି ନକରି ଅନ୍ୟ ସ୍ଥାନରେ କରିବା ପାଇଁ ଅନୁମତି ଦେଇଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହି ଅନିୟମିତତା ସଂପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ଏହାର ତଦନ୍ତ କରାଇ ସତ୍ୟାସତ୍ୟ ଥିବାର ଅବଗତ ହୋଇଥିଲେ । ଅପର ପକ୍ଷରେ ଅନ୍ୟ କୌଣସି ଠାରେ ଏହିଭଳି ଅନିୟମିତା କ୍ଷେତ୍ରରେ ଅନୁରୂପ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀଦାସ ସତର୍କ ରାଇଦେଇଛନ୍ତି ।