Odisha news

ବ୍ଲକସ୍ତରୀୟ ଦିନିକିଆ ବିଜ୍ଞାନ ମେଳା ଉଦଯାପିତ

0
ଠାକୁରମୁଣ୍ଡା :  ଠାକୁରମୁଣ୍ଡା ବ୍ଲକସ୍ତରୀୟ ବିଜ୍ଞାନ ମେଳା 24 ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଠାକୁରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ବିଜ୍ଞାନ ମେଳାରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ 84 ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ l ସକାଳ 10 ଟାରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଇଓ ରାମଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟଙ୍କଧର ମହାନ୍ତ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଦିଲ୍ଲୀପ ଧଳ, ସଂଯୁକ୍ତା ନାୟକ, ବନାଞ୍ଚଳ ଅଧିକାରୀ କିଶୋର ପାଣିଗ୍ରାହୀ ଏବଂ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଶିକ୍ଷାଧିକାରୀ ସନ୍ତୋଷ ମିଶ୍ର ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ l ସମସ୍ତ ପ୍ରକଳ୍ପ ମଧ୍ୟରୁ 5 ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି l ବିଜ୍ଞାନ ମେଳା ଶେଷରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଗୋଷ୍ଠୀ ଶିକ୍ଷାଧିକାରୀ ରାମଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧୁକାରୀ ସୁଶାନ୍ତ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଡକ୍ଟର ହରିଶ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଅନିସନ୍ଧିଷ୍ଣୁ ମନୋଭାବ ପିଲାମାନଙ୍କୁ ଆଗକୁ ବଡ଼ ବଡ଼ ଉଦ୍ଭାବନ ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ରଖିଥିଲେ l ସାଙ୍ଗଠନିକ ସମ୍ପାଦକ ତଥା ଠାକୁରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଷ୍ମୀନାରାୟଣ ମହାନ୍ତ, ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ବିଜ୍ଞାନ ମେଳା ପରିଚାଳନାରେ ଅକୁଣ୍ଠ ସହଯୋଗ ଯୋଗାଇ ଦେଇଥିଲେ l ଉତ୍ସବରେ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା 5 ଟି ପ୍ରକଳ୍ପକୁ ସମ୍ବର୍ଦ୍ଧିତ କରାଯାଇଥିଲା l
Leave A Reply