Odisha news

ଏହି ମନ୍ଦିରରେ ଠାକୁରାଣୀ ଙ୍କୁ ପ୍ରସାଦ ରେ ଲାଗିଥାଏ ପିଜା, ସ୍ୟାଣ୍ଡଉଇଚ ଓ ଗୁପ୍ଚୁପ

0

ଦେବା-ଦେବୀ ଙ୍କୁ ନେଇ ଭକ୍ତଙ୍କର ଗଭୀର ଆସ୍ଥା ରହିଥାଏ, ଯେଉଁ କାରଣରୁ ପୂଜା-ପାଠ କରି ଥାଆନ୍ତି ଓ ବ୍ରତ ଉପବାସ କରିଥାନ୍ତି, ଏମିତିରେ ତ ଭକ୍ତ ର ଭାବନା କୁ ଭଗବାନ ଦେଖିଥାଆନ୍ତି, ତଥାପି ଆମେ ଭଗବାନ ଙ୍କୁ ନିଜ ସାମର୍ଥ୍ୟ ଅନୁସାରେ କିଛିନା କିଛି ଅର୍ପଣ କରିଥାଉ l

ପୂଜା ପାଠ ସମୟରେ ଧୂପ, ଦୀପ ଓ ନୈବେଦ୍ୟ ବିଶେଷ ଭାବରେ ଆମେ ଅର୍ପଣ କରିଥାଉ, କାହିଁକିନା ଏହି ସବୁ ବସ୍ତୁର ଆମ ଆସ୍ଥା ସହିତ ଗଭୀର ପ୍ରଭାବ ରହିଛି, ପ୍ରସାଦ ରେ ବିଶେଷ ଭାବରେ ଫଳ ଓ ମିଠା ଜିନିଷ ଭଗବାନ ଙ୍କ ନିକଟରେ ଅର୍ପଣ କରାଯାଏ l ଭାରତରେ ଏଭଳି ଗୋଟିଏ ମନ୍ଦିର ରହିଛି ଯେଉଁଠି ସ୍ୱତନ୍ତ୍ର ପ୍ରସାଦ ଅର୍ପଣ କରାଯାଏ, ରାଜକୋଟ ର ରା଼ପୁତନା ରେ ଜୀବିକା ମାତା ଙ୍କ ମନ୍ଦିର ଓ ତାମିଲନାଡୁ ଚେନ୍ନାଇ ର ପଡ ପୋଇ ସ୍ଥିତ ଜୟଦୁର୍ଗା ପୀଠମ୍ ମନ୍ଦିର , ଏହି ଦୁଇଟି ମନ୍ଦିର ଭକ୍ତଙ୍କର ଗଭୀର ଆସ୍ଥାର ମନ୍ଦିର ଅଟେ l

ରା଼ପୁତନା ର ଜୀବିକା ମାତାଙ୍କ ମନ୍ଦିର ୬୫-୭୦ ବର୍ଷ ପୁରୁଣା ଅଟେ, ଏହାର ଭକ୍ତ ନିଜ ସନ୍ତାନ ର ଦୀର୍ଘାୟୁ କାମନା କରି ପୂର୍ବରୁ କେବଳ ଶ୍ରୀଫଳ ବା ନଡ଼ିଆ ଅର୍ପଣ କରୁଥିଲେ, କିନ୍ତୁ ବର୍ତମାନ ବିଭିନ୍ନ ବ୍ୟଞ୍ଜନ ମାଙ୍କ ନିକଟରେ ପ୍ରସାଦ ଭାବରେ ଅର୍ପଣ କରାଯାଉଛି , ଯେପରିକି ବର୍ଗର, ସ୍ୟାଣ୍ଡଉଇଚ , ପିଜା ଭଳି ଖାଦ୍ୟ ଅର୍ପଣ କରାଯାଇଥାଏ l ଏହି ମନ୍ଦିରରେ ଗୁପ୍ଚୁପ ମଧ୍ୟ ପ୍ରତିଦିନ ଅର୍ପଣ କରାଯାଏ l

ଚେନ୍ନାଇ ର ପଦପାଇ ସ୍ଥିତ ଜୟଦୁର୍ଗା ପୀଠ ରେ ପିଜା, ସ୍ୟାଣ୍ଡଉଇଚ ପ୍ରସାଦ ଭାବରେ ମାଙ୍କ ନିକଟରେ ଅର୍ପଣ କରାଯାଇଥାଏ, କିନ୍ତୁ ଏହି ମନ୍ଦିର ରେ ବାହାରୁ ଆସିଥିବା ପ୍ରସାଦ ଅର୍ପଣ କରାଯାଏ ନାହିଁ, ମନ୍ଦିରର ରୋଷ ଶାଳାରେ ଶୁଦ୍ଧଭାବରେ ଯେଉଁ ପ୍ରସାଦ ପ୍ରସ୍ତୁତ ହୋଇଥାଏ ତାହା ହିଁ କେବଳ ମାଙ୍କ ନିକଟରେ ସମର୍ପଣ କରାଯାଏ l କେବଳ ଏତିକି ନୁହେ ମନ୍ଦିରର ରୋଷଶାଳା FSSAI ପ୍ରମାଣିତ ଅଟେ l କୁହାଯାଏ ଯେ ପର୍ଯ୍ୟଟକ ଙ୍କୁ ଆକୃଷ୍ଠ କରିବା ପାଇଁ ମନ୍ଦିରରେ ଏହିସବୁ ପ୍ରସାଦ ଅର୍ପଣ କରାଯାଏ l

Leave A Reply