Odisha news

୨୫ କୋଟି ଲୋକଙ୍କୁ ଗରିବୀ ରୁ ବାହାର କରିବା ଗୋଟିଏ ବଡ଼ ଉପଲବ୍ଧି -ରାଷ୍ଟ୍ରପତି ମୁର୍ମୁ

0

୨୬ ନଭେମ୍ବର ରେ ସମ୍ବିଧାନ ଦିବସ ପାଳିତ ହୋଇଥାଏ, ୧୯୪୯ ରେ ଭାରତର ସମ୍ବିଧାନ କୁ ଗ୍ରହଣ କରାଯାଇଥିଲା, ଯାହାକି ୨୬ ଜାନୁଆରୀ ୧୯୫୦ ରେ ଲାଗୁ ହୋଇଥିଲା, ଆଜି ସମ୍ବିଧାନ ଦିବସ ଅବସରରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲ ରେ ୨୦୨୫ ସମ୍ବିଧାନ ଦିବସ ସମାରୋହ ର ଅଧ୍ୟକ୍ଷତା କରିଥିଲେ, ଏହି କାର୍ଯ୍ୟକ୍ରମ ରେ ୯ଟି ଭାରତୀୟ ଭାଷାରେ ସମ୍ବିଧାନ କୁ ଡିଜିଟାଲ କରଣ କରାଗଲା, ସେହି ୯ଟି ଭାଷା ହେଲା ମାଲାୟାଲାମ, ମରାଠୀ, ନେପାଳୀ, ପଂଜାବୀ, ବୋଡୋ, କାଶ୍ମିରୀ, ତେଲୁଗୁ, ଓଡ଼ିଆ ଓ ଆସାମୀ ସାମିଲ ରହିଛି l

ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ସମ୍ବିଧାନ ରାଷ୍ଟ୍ରବାଦୀ ଚେତନା ଓ ଚିନ୍ତାଧାରା କୁ ମାର୍ଗଦର୍ଶନ କରାଉଥିବା ଗୋଟିଏ ଉପଯୁକ୍ତ ତଥ୍ୟ ଅଟେ, ରାଷ୍ଟ୍ରପତି ମୁର୍ମୁ ପୁରୁଣା ସଂସଦ ଭବନ ର ସେଣ୍ଟ୍ରାଲ ହଲ ର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହ କୁ ସମ୍ବୋଧିତ କରିଥିଲେ l

ରାଷ୍ଟ୍ରପତି ମୁର୍ମୁ କହିଥିଲେ ଯେ ‘ ଆମ ସମ୍ବିଧାନ ର ନିର୍ମାତା ଚାହୁଁଥିଲେ କି ଆମର ବ୍ୟକ୍ତିଗତ, ଲୋକତନ୍ତ୍ର ର ଅଧିକାର ସର୍ବଦା ସୁରକ୍ଷିତ ରହୁ, ଭାରତୀୟ ସମ୍ଭିଧାନ ରାଷ୍ଟ୍ରବାଦୀ ଚିନ୍ତାଧାରା କୁ ଆପଣାଇବାର ମାର୍ଗଦର୍ଶକ ଅଟେ l ୨୫ କୋଟି ଲୋକଙ୍କୁ ଗରିବୀ ରୁ ବାହାର କରିବା ଦେଶର ସବୁଠୁ ବଡ଼ ଉପଲବ୍ଧି ଅଟେ, ମହିଳା, ଯୁବକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, କୃଷକ, ମଧ୍ୟମବର୍ଗ ଆମ ଲୋକତନ୍ତ୍ର ବ୍ୟବସ୍ଥା କୁ ମଜବୁତ କରୁଛନ୍ତି l ‘

ଓମ ବିରଲା କହିଛନ୍ତି ଯେ ‘ ଭାରତ ଦୁନିଆର ସବୁଠାରୁ ବଡ଼ ଜୀବନ୍ତ ଲୋକତନ୍ତ୍ର ଅଟେ, ଏବଂ ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକ ଙ୍କୁ ନ୍ୟାୟ , ସମାନତା, ଭାଇଚାରା, ସମ୍ମାନ ଓ ଗାରିମା ର ଗ୍ୟାରେଣ୍ଟି ଦେଇଥାଏ l ‘

ଉପ-ରାଷ୍ଟ୍ରପତି ସିପି ରାଧାକୃଷ୍ଣ କହିଛନ୍ତି ଯେ ଆମ ସମ୍ବିଧାନ ଅନୁଭବ, ତ୍ୟାଗ, ଆକାଂକ୍ଷା ଆଧାରିତ ,  ଯେ ଭାରତ ଗୋଟିଏ, ଭାରତ ଖୁବ ଶୀଘ୍ର ଦୁନିଆରେ ତୃତୀୟ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି l

IEC 2 years
Leave A Reply