Odisha news

୩୩ତମ ଜଗନ୍ନାଥ ଚ୍ୟାଲେଞ୍ଜ କପ କ୍ରିକେଟ ମ୍ୟାଚର ଉଦଯାପନୀ ଉତ୍ସବ : ଫାଇନାଲରେ ଜଗମୋହପୁର ଏକାଦଶ ବିଜୟୀ

0
ତେଲକୋଇ – ତେଲକୋଇ ବ୍ଲକ ଅନ୍ତର୍ଗତ ଚାମୁଣ୍ଡା ପଞ୍ଚାୟତ ଶିରିଆବାହଳ ଖେଳ ପଡିଆରେ ୩୩ତମ ଜଗନ୍ନାଥ ଚ୍ୟାଲେଞ୍ଜ କପ  କ୍ରିକେଟ ମ୍ୟାଚ ସହିଦ ସ୍ପୋଟିଂ  କ୍ଲବ ଶିରିଆବାହଲ ଆୟୋଜନ ରେ ଆଜି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି ।ଏହି ଟୁର୍ଣ୍ଣାମେଣ୍ଟ ରେ   ୧୬ ଟି  ଦଳ ଅଂଶ ଗ୍ରହଣ କରିଥିଲେ। ଆଜି  ସହିଦ ସ୍ପୋଟିଂ  କ୍ଲବ ଶିରିଆବାହଳ ଓ ଜଗମୋହପୁର  ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ସହିଦ ସ୍ପୋଟିଂ  କ୍ଲବ ଏକାଦଶ ଟସ ଜିତି ନିର୍ଧାରିତ ୨୦ଓଭରରେ ସମସ୍ତ ଉଇକେଟ ହରାଇ ୧୩୧ ରନ କରିଥିଲେ।
୧୩୧ରନର ବିଜୟ ଲକ୍ଷ୍ୟ ନେଇ ଜଗମୋହପୁର ଏକାଦଶ ୧୪ଓଭରରେ ୪ ଉଇକେଟ ହରାଇ ୧୩୨ରନ କରି ବିଜୟୀ ହୋଇଥିଲେ।  ରନର୍ସ ଅଫ ଭାବେ ସହିଦ ସ୍ପୋଟିଂ  କୁ ସନ୍ତୁଷ୍ଟ ହେବା ପାଇଁ ପଡିଛି । ଆଜିର ଉଦଯାପନୀ ମ୍ୟାଚରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିନୟ କୁମାର ସାହୁ ରହିଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ କଳ୍ପତରୁ ନାୟକ ଓ ଜଗମୋହପୁର ପୂର୍ବତନ ସରପଂଚ  ଯୋଗେଶ ପଧାନ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଥିଲେ।  । ଏହି ଖେଳକୁ ଅମ୍ପାୟାର ଭାବେ ଗଣେଶ୍ୱର ନାୟକ ଓ ସୌମ୍ୟ ନାୟକ ପରିଚାଳନା କରିଥିଲେ।କ୍ଲବର ସଭାପତି ବଳଭଦ୍ର ମହାକୁଡ଼, ସମ୍ପାଦକ ଗଙ୍ଗାଧର ନାୟକ, ସଦସ୍ୟ ଶତ୍ରୁଘନ କିଷାନ, ବାଇ ଧର ନାୟକ, ସନ୍ତୋଷ କୁମାର ନାୟକ, ଯସବନ୍ତ ନାୟକ ଦେବବ୍ରତ ନାୟକ ପ୍ରମୁଖ ରହି ଏହି ଖେଳ ପରିଚାଳନା କରିଥିଲେ।
Leave A Reply