Odisha news

ଜୁଆ ଆଡ୍ଡାରେ ପୋଲିସ୍ ର ଚଢ଼ାଉ; ନଗଦ ଟଙ୍କା ଏବଂ ମୋବାଇଲ୍ ଜବତ ସହ ଚାରି ଜୁଆଡି ଗିରଫ

0

ଗାଙ୍ଗପୁର , 19/01, କିଛି ଦିନର ନୀରବତା ପରେ ପୁଣି ଥରେ ପୋଲିସ୍ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି I ଗତ କାଲି ରାତ୍ରିରେ ଗାଙ୍ଗପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଥାନା ଅନ୍ତର୍ଗତ ଖୂକୁଣ୍ଡିଆ ଗ୍ରାମର ନଦୀ ଶଯ୍ୟାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ସାତ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 30,460 ଟଙ୍କା ଏବଂ ଚାରୋଟି ମୋବାଇଲ୍ ଜବତ କରିଛି  I ସୂଚନା ଥାଉକି ଚଳିତ ବର୍ଷ କରୋନା କଟକଣା ସମୟରୁ ହିଁ ବହୁ ଜୁଆଡ଼ି ପୋଲିସ୍ ଚଢାଉର ଶିକାର ହୋଇ ଗିରଫ ହୋଇଥିଲେ ମଧ୍ୟ କିଛି ଜୁଆଡ଼ି ଅମାନିଆ ଭାବରେ ଜୁଆରେ ମାତି ବାରମ୍ବାର ପୋଲିସ୍ ହାତରେ ଧରା ଦେଉଛନ୍ତି I ଆଗାମୀ ଦିନରେ ଗାଙ୍ଗପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଜୁଆ ମୁକ୍ତ କରିବା ପାଇଁ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି I

Govt
Leave A Reply