ତେଲେଙ୍ଗା ପେଣ୍ଠ : ଚଳିତ ନିର୍ବାଚନରେ କଟକ ଲୋକସଭା ଆସନରୁ ବିଜେଡି ପକ୍ଷରୁ ନୂତନ ଭାବରେ ଡ. ସତ୍ରୃପ୍ତ ମିଶ୍ର ଓ ସଦର ବିଧାନସଭା ଆସନ ପାଇଁ ଚନ୍ଦ୍ରସାରଥ୍ ବେହେରା ଟିକେଟ୍ ପାଇବା ପରେ ସଦର ଅଞ୍ଚଳର ୩ଟି ପଞ୍ଚାଯତ ଉରାଳୀ,ଖଣ୍ଡାଏତା ଓ ଆମଣ ପଞ୍ଚାୟତ ସମେତ କଟକ ମହାନଗର ନିଗମର ୫୬, ୫୭, ୫୮ ଓ ୫୯ନଂ ୱାର୍ଡରୁ ପ୍ରାୟ ହଜାର ହଜାର ସମର୍ଥକମାନେ ପ୍ରତାପନଗରୀ ସ୍ଥିତ ମା’ ଧାଇଲେଇଙ୍କ ପୀଠରେ ଉଭୟଙ୍କୁ ଭବ୍ୟ ସମ୍ବଦ୍ଧନା ପ୍ରଦାନ କରିଥିଲେ । ଡ. ମିଶ୍ର ଆଗାମୀ ନିର୍ବାଚନରେ ଜନସାଧାରଣଙ୍କ ସମର୍ଥନ ପାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଚାର ବନ୍ତ ରାଜନୀତି ଓ ସକରାତ୍ମକ ଚିନ୍ତାଧାରାକୁ ରାଜ୍ୟରେ ପ୍ରତିଫଳିତ କରିବାରେ ସହାୟକ ହେବେ ବୋଲି ପରିପ୍ରକାଶ କରିଥିଲେ । ଜନସାଧାରଣଙ୍କ ସେବା କରିବା ପାଇଁ ଦଳ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଚନ୍ଦ୍ର ସାରଥ ବେହେରା ବିଧାୟକ ପ୍ରାର୍ଥୀ ଭାବରେ ଦଳ ତାଙ୍କ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।ସଦର ଆଞ୍ଚଳର ଜନସାଧାରଣ ତାଙ୍କ ଉପରେ ଯେଉଁ ଅତୁଟ ବିଶ୍ଵାସ ରଖୁଥିଲେ ସେହି ବିଶ୍ୱାସକୁ ପୁନଃ ପ୍ରତିଫଳିତ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶୋନ୍ମୁଖୀ କାର୍ଯ୍ୟଧାରାକୁ ଆଗେଇ ନେବାରେ ସହାୟକ ହେବେ ବୋଲି ଆଶା ପ୍ରକଟ କରିଥିଲେ । ଏହି ସମ୍ବଦ୍ଧନା ପର୍ବରେ କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ, କଟକ ସଦର ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର, କବିତା ଦାସ, ରାଜ କୁମାରୀ ସ୍ଵାଇଁ,ଶିବାନୀ ଜେନା, ଅଜିତ୍ ରାଉତ, ଅଜିତ୍ ପଟ୍ଟନାୟକ, ପ୍ରଭାତ ରଞ୍ଜନ ପାଳ, ଶାରିବା ବେହେରା, ସତ୍ୟ ରଞ୍ଜନ ବେହେରା, ସ୍ନେହାଶିଷ ମଙ୍ଗରାଜ, ଅନୁପମା ଦାସ, ପ୍ରିୟ ରଞ୍ଜନ ଦେହେରା, ଜାବୁଲା ସା, ରାକେଶ ପଟ୍ଟନାଯଳ, ପ୍ରସନ୍ନ ଦାସ, ଅଭିଜିତ୍ ଜେନା, ତିନୋଟି ପଞ୍ଚାୟତର ସରପଞ୍ଚ ଅଭିଷେକ ବେହେରା, ଗାୟତ୍ରୀ ପରିଡ଼ା, ମାନସୀ ପୃଷ୍ଟିଙ୍କ ସମେତ କର୍ପୋରେଟର ପୂର୍ଣ୍ଣିମା ସାହୁ, ସଞ୍ଜୟ ବରାଳ, ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ଜୀବନ ସାମନ୍ତରାୟ, ବିକ୍ରମ ଶତପଞ୍ଚୁ ଜ୍ଞାନ ରଞ୍ଜନ ସାହୁ, ବିପ୍ର ଚରଣ ଭୋଳ, କବିତା ଦାସ, ବିଭୂତି ଭୂଷଣ ମହାନ୍ତି, ପ୍ରଯୁକ ଛାଟୋଇ ଗଞ୍ଜନ ମହାରଣା ଓ ରାଜ କିଶୋର ପଟ୍ଟନାୟକ ପ୍ରମୁଖ ବହୁ କର୍ମୀଙ୍କ ସମେତ ହଜାର ହଜାର ମହିଳା ଯୋଗଦେଇଥିଲେ ।
