ପ୍ରତିଦିନ ସକାଳୁ ଦାନ୍ତ ବ୍ରସ କରିବା ଦ୍ୱାରା ଦାନ୍ତ ଓ ଦାନ୍ତ ମାଢ଼ି ଦୁଇଟି ଯାକ ସୁସ୍ଥ ରହିଥାଏ । ଦାନ୍ତ ର ଯତ୍ନ ଶରୀରର ଅନ୍ୟସବୁ ଅଙ୍ଗ ଭଳି ନିହାତି ଯତ୍ନ ନେବା ଆବଶ୍ୟକ । କରୋନା ମହାମାରୀ ସମୟରେ ଦାନ୍ତକୁ ସୁସ୍ଥ ରଖିବା ମଧ୍ୟ ନିତାନ୍ତ ଆବଶ୍ୟକ ।
କିନ୍ତୁ ଆମେ ବେଳେବେଳେ ଦାନ୍ତ ଘଷିବା ସମୟରେ ଏପରି କିଛି ଭୁଲ କରିଥାଉ ଯାହା ଆମ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ସେହି ସାଧାରଣ ଭୁଲ୍ ଗୁଡ଼ିକ କଣ ।
* ଅଧିକ ଦୃତ ବେଗରେ ବ୍ରଶ କରିବା ଦ୍ୱାରା ଦାନ୍ତ ର ଏନାମେଲ ନଷ୍ଟ ହୋଇ ଯାଇଥାଏ । ତେଣୁ ଅଧିକ ଦୃତ ବେଗରେ ବ୍ରଶ୍ କରିବା ମଧ୍ୟ ଉଚିତ୍ ନୁହେଁ ।
* ଦନ୍ତ ଚିକିତ୍ସକ ମାନଙ୍କ ମତରେ ପ୍ରତେକ୍ ୩ମାସକୁ ଥରେ ବ୍ରଶ ପରିବର୍ତନ କରିବା ଆବଶ୍ୟକ । ଯଦି ଆପଣ ଦୀର୍ଘ ସମୟ ଧରି ଗୋଟିଏ ବ୍ରଶ ବ୍ୟବହାର କରିବା ଦ୍ୱାରା ପାଟିରେ ସଂକ୍ରମଣ ହୋଇଥାଏ ।
* କିଛି ଲୋକ ଥାଆନ୍ତି ଯେଉଁମାନେ ଦୀର୍ଘ ସମୟ ଧରି ବ୍ରଶ କରି ଥାଆନ୍ତି । ଦୀର୍ଘ ସମୟ ଧରି ବ୍ରଶ କରିବା ଦ୍ୱାରା ବେଳେବେଳେ ମାଉଥ ଅଲ୍ସର୍ ସମ୍ଭାବନା ରହିଥାଏ ।
* ଦାନ୍ତ ବ୍ରଶ କରିବା ସମୟରେ ଧ୍ୟାନ ରଖନ୍ତୁ ଯେପରି ଆପଣ ଦାନ୍ତ ର ଭିତର ପାର୍ଶ୍ଵ କୁ ଭଲ ଭାବରେ ବ୍ରଶ କରନ୍ତି । ନଚେତ୍ ପାଟି ଭିତର ଜୀବାଣୁ ସହଜରେ ନଷ୍ଟ ହୁଅନ୍ତି ନାହିଁ ।
Comments are closed.