ନୂଆଦିଲ୍ଲୀ : ସମ୍ପୂର୍ଣ୍ଣ ଟୀକା କରଣ ହୋଇଥିବା ବ୍ୟକ୍ତି ମଧ୍ୟ ହେଉଛନ୍ତି କରୋନା ସଂକ୍ରମିତ l ଏହାର ଅଧିକ ମାମଲା ଡେ଼ଲ୍ଟା ଭରିଏଣ୍ଟ ସହିତ ଯୋଡି ହୋଇଛି l କିନ୍ତୁ WHO ପକ୍ଷରୁ ଦାବି କରାଯାଇଛି ଯେ ଟୀକା ନେବା ଦ୍ୱାରା ଗମ୍ଭୀର ଆକ୍ରାନ୍ତରୁ ରକ୍ଷା ପାଇହେବ l WHO ର ମୁଖ୍ୟ ବୈଜ୍ଞାନିକ ଡା . ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଟୀକା ନେଇଥିବା ବ୍ୟକ୍ତି ଲଗାତାର କରୋନା ଦ୍ୱାରା ସଂକ୍ରମିତ ହେଉ ଥିବାର ସୂଚନା ମିଳୁଛି l ସେ କହିଛନ୍ତି ଯେଉଁ ସ୍ଥାନରେ ଟୀକା କରଣ ପ୍ରକ୍ରିୟାରେ ଶୀଥିଳତା ଦେଖାଦେଉଛି , ସେହିସବୁ ସ୍ଥାନରେ ଡାକ୍ତରଖାନା ରେ ଅଧିକ ଆଡ଼ମିସନ ହେଉଥିବାର ଦେଖିବାକୁ ମିଳୁଛି ଏବଂ ସେହି ସ୍ଥାନରେ ଡେ଼ଲ୍ଟା ଭାରିଏଣ୍ଟ ଅଧିକ କାୟା ବିସ୍ତାର କରୁଛି l
ଏହି ଗବେଷଣାରେ ଜଣାପଡିଛି ଯେ ଟୀକାକରଣ ପରେ ଡାକ୍ତରଖାନା ରେ ଆଡ଼ମିସନ ଓ ମୃତ୍ୟୁ ର ୭୫ ପ୍ରତିଶତ ମାମଲା ୬୫ ବର୍ଷରୁ ଉର୍ଧ୍ଵ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଛି l ସ୍ୱାମୀନାଥନ କହିଛନ୍ତି ଯେ ଟୀକା କାରଣ ହୋଇଥିବା ବ୍ୟକ୍ତି ଯଦି ସୁରକ୍ଷିତ ଅଛନ୍ତି ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ ସଂକ୍ରମିତ ହେବେ ନାହିଁ l ଏହି ଲୋକ ମାନଙ୍କ ମଧ୍ୟରେ ଅନେକ ଲକ୍ଷଣ ଦେଖା ଯାଇଥାଏ l ଏମାନେ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରି ପାରନ୍ତି l ସେଥିପାଇଁ WHO ପକ୍ଷରୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଚେତାଇ ଦିଆ ଯାଉଛି l କିଛି ଗବେଷଣା ରୁ ଜଣା ପଡିଛି ଯେ ଟୀକା ନେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଭୁତାଣୁ କମ ଦେଖିବାକୁ ମିଳିଥାଏ l
ପ୍ରଥମ ଡୋଜ ନେବାପରେ ଲକ୍ଷଣ :
ମିଳିଥିବା ସୂଚନା ଅନୁସାରେ ପ୍ରଥମ ଟୀକା ନେଇଥିବା ବ୍ୟକ୍ତିମାନେ ଅଧିକାଂଶ ବ୍ୟକ୍ତିଙ୍କୁ ସଂକ୍ରମିତ କରି ଥାଆନ୍ତି l ସେମାନଙ୍କ ନିକଟରେ ସାଧାରଣ ଲକ୍ଷଣ ମୁଣ୍ଡବିନ୍ଧା , ଥଣ୍ଡା ରୁ ପାଣି ବୋହିବା ,ତଣ୍ଟି ଯନ୍ତ୍ରଣା ,ଛିଙ୍କ ଆସିବା ଓ ଲଗାତାର କାଶ ହେବା ଭଳି ସମସ୍ୟା ଦେଖାଦେଇଥାଏ l
ଏହିସବୁ ଲକ୍ଷଣ କରୋନା ର ସାମାନ୍ୟ ଲକ୍ଷଣ ଅନେକ ମାତ୍ରାରେ ମିଶିଥାଏ l
ଦ୍ଵିତୀୟ ଡୋଜ ନେବାପରେ ଲକ୍ଷଣ :
କିଛି ବ୍ୟକ୍ତିଙ୍କର ୨ଟି ଡୋଜ ନେବାପରେ ମଧ୍ୟ କିଛିଟା ଲକ୍ଷଣ ମଧ୍ୟ ଦେଖା ଯାଉଛି l ଏହାର ଲକ୍ଷଣ ରହିଛି ଯେ ମୁଣ୍ଡବିନ୍ଧା , ନାକରୁ ପାଣି ବୋହିବା , ଛିଙ୍କ , ତଣ୍ଟି ଦରଜ ଓ ଲସ ଅଫ ସ୍ମେଲ ଭଳି ଲକ୍ଷଣ ରହିଛି l ଏଥିରେ ଲଗାତାର କାଶ ଓ ଜ୍ୱର ଭଳି ସମସ୍ୟା ଦେଖାଯାଇଥାଏ l
ଟୀକା ନନେବା ଦ୍ୱାରା କଣ ହୋଇଥାଏ :
ଗବେଷଣା ଅନୁସାରେ ଅଧିକାଂଶ ବ୍ୟକ୍ତି ଟୀକା ନନେବା ଦ୍ୱାରା କରୋନା ଦ୍ୱାରା ଆକ୍ରାନ୍ତ ହୋଇ ଯାଉଛନ୍ତି l ଏମାନଙ୍କ ନିକଟରେ ପୂର୍ବର ଲକ୍ଷଣ ସହିତ କାଶ ଲାଗି ରହିଥାଏ l ତା ସହିତ ଲସ ଅଫ ସ୍ମେଲ ଓ ଟେଷ୍ଟ ଲକ୍ଷଣ ମଧ୍ୟ ଦେଖାଯାଇଥାଏ l
ମିଳିଥିବା ସୂଚନା ଅନୁସାରେ ଡେ଼ଲ୍ଟା ଭାରୀଏଣ୍ଟ ୟୁରୋପ , ୟୁକେ ଓ ଆମେରିକା ଭଳି ଦେଶ ରେ ଦ୍ରୁତ ଗତିରେ ଲୋକ ମାନଙ୍କୁ ଆକ୍ରମଣ କରୁଛି l ଏହି ଭାରୀଏଣ୍ଟ କେବଳ ଯୁବକ ମାନେ କେବଳ ଆକ୍ରାନ୍ତ ହେଉଛନ୍ତି l ଆହୁରି ମଧ୍ୟ ସମ୍ପୂର୍ଣ ଟୀକା ନେଇଥିବା ବ୍ୟକ୍ତି ମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି l
Comments are closed.