Odisha news

ଏହିପରି ରହିବ ତାଲିବାନ୍ ଶାସନ : ଏତେ ଭୟଙ୍କର ମଧ୍ୟ ହୋଇପାରେ ଶାସନ ପ୍ରଣାଳୀ

ନୂଆଦିଲ୍ଲୀ : ଆଫଗାନିସ୍ତାନ ରୁ ପାଖାପାଖି ୨୦ ବର୍ଷ ପରେ ଆମେରିକା ସେନା ଫେରିଯିବା ପରେ , ଦୃତ ଗତିରେ ତାଲିବାନ୍ ର ପ୍ରଭାବ ବଢ଼ି ଯାଇଛି । ଏହା ମଧ୍ୟରେ ତାଲିବାନ୍ ଜଜ୍ ଙ୍କ ପାଇଁ ଏହା ଦାବି କରିଛନ୍ତି ଯେ ସରୀୟା କାନୁନ୍ ଲାଗୁ ହେବ ଓ ଚାରିଆଡେ ସମଲିଙ୍ଗି ମାନଙ୍କୁ ଯନ୍ତ୍ରଣା ଦାୟକ ନିର୍ଯାତନା ଦିଆଯିବ ।
୩୮ ବର୍ଷୀୟ ତାଲିବାନୀ ଜଜ୍ ରହିମ୍ କହିଛନ୍ତି ଗୋଟିଏ ଜର୍ମାନ୍ ଖବରକାଗଜ କୁ ସାକ୍ଷାତକାର ଦେଇ କହିଛନ୍ତି ଯେ ନିକଟରେ ଜଣେ ବ୍ୟକ୍ତି କହିଥିଲେ ଯେ ତାଙ୍କ ଘରୁ ଚୋରି ହୋଇ ଯାଇଛି । ଏହାପରେ ତାଙ୍କ ର ୨ଟି ହାତ କଟାଗଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏମାନଙ୍କ ମାଲିକଙ୍କ ସହିତ ମୁଁ କଥା ହୋଇଥିଲି ସେ କହିଲେ ଏହି ଚୋର ଯେହେତୁ ମୁଦି ଟିଏ ଚୋରି କରିଥିଲା ତାର ହାତ କାଟିବା ଉଚିତ୍ ଥିଲା ।
ଏହାପରେ ରହିମ ଆଉ ଗୋଟିଏ କେଶ୍ ବିଷୟ ରେ କହିଥିଲେ । ଆଉ ଗୋଟିଏ ଗ୍ୟାଙ୍ଗ କୁ ସମଳୀଙ୍ଗି ଭାବରେ ଧରିଥିଲେ , ରହିମ କହିଥିଲେ ଯେ ଆମେ କ୍ରାଇମ୍ ହିସାବରେ ପ୍ରଥମେ ଆଙ୍ଗୁଳି କାଟିବା ଆରମ୍ଭ କରିଥାଉ । ଏହାପରେ ହାତ କହୁଣି ଓ ବାହୁ କଟା ଯାଇଥାଏ । ସମଳିଙ୍ଗି ମାନଙ୍କୁ ପଥରରେ ଛେଚି ଦିଆ ଯାଇଥାଏ ।
ସୂଚନା ଯୋଗ୍ୟ ଯେ ତାଲିବାନ୍ ଶାସନରେ ମହିଳା ମାନଙ୍କ ଅବସ୍ଥା ଖୁବ୍ ଶୋଚନୀୟ ଅଟେ । ଏହି କାରଣରୁ ତାଲିବାନ୍ ର ବଢୁଥିବା ପରାକ୍ରମ କୁ ଦେଖି ମହିଳାମାନେ ଆଫଗାନି ସ୍ଥାନ ଛାଡି ଚାଲି ଯାଉଛନ୍ତି । ରହିମ କହିଛନ୍ତି ଯଦି କୌଣସି ମହିଳା ଶିକ୍ଷୟତ୍ରୀ ହୋଇଥିବେ ଓ ବୁର୍ଖା ପିନ୍ଧିଥିବା ତେବେ ସେଠାକୁ ଝିଅମାନେ ପଢିବାକୁ ଯାଇ ପାରିବେ ।
ଆମେରିକା ସୈନ୍ୟ ଆଫଗାନିସ୍ତାନ ରୁ ଯିବାପରେ ସେଠାକାର ଅବସ୍ଥା ଶୋଚନୀୟ ହୋଇ ଯାଇଛି ।

Comments are closed.