Odisha news

ଭାରତ ଉପରେ ଆଜିଠାରୁ ୫୦ ପ୍ରତିଶତ ଟାରିଫ ଅଫିସିଆଲି ଲାଗୁ ହେଲା , ଏହାକୁ ନେଇ ବିଶ୍ୱ ସ୍ତରର ଅର୍ଥନୀତିଜ୍ଞ କହିଛନ୍ତି ‘ ଟ୍ରମ୍ପ ମାରିଛନ୍ତି ନିଜ ଗୋଡ଼ରେ କୁରାଢ଼ୀ ‘

0

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଉପରେ ପୂର୍ବରୁ ୨୫ ପ୍ରତିଶତ ଟାରିଫ ଲଗାଇଥିଲେ ଏବଂ ପରେ ରୁଷ ନିକଟରୁ ତେଲ କିଣିବାକୁ ନେଇ ଆହୁରି ୨୫ ପ୍ରତିଶତ ତାରିଫ ଲଗାଇଲେ, ଅର୍ଥାତ ସମୁଦାୟ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି , ଏହି ଟାରିଫ ଆଜି ଅର୍ଥାତ ୨୭ ଅଗଷ୍ଟ ସକାଳ ୯ ଟା ସୁଦ୍ଧା ଭାରତୀୟ ଜିନିଷ ଉପରେ ପ୍ରଭାବ ପକାଇ ସାରିଛି, କିନ୍ତୁ ଏଭଳି କରି ଟ୍ରମ୍ପ ନିଜ ଗୋଡ଼ରେ କୁରାଢ଼ୀ ମାରିଛନ୍ତି l

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ରିପୋର୍ଟ ଅନୁସାରେ ଭାରତ ଉପରେ ହାଇ ଟେରୀଫ ଲଗାଇବା ଓଲଟା ଆମେରିକା ଉପରେ ଭାରି ପଡିପାରେ, ଏବଂ ଏହାର ଅର୍ଥନୀତି ରସା ତଳକୁ ଯାଇପାରେ, ଏବଂ ଯେଉଁଠି ଜିନିଷ ପତ୍ରର ମୂଲ୍ୟ ବୃଦ୍ଧି ହେବ ସେଠାରେ ଗ୍ରୋଥ କୁ ଧକା ଲାଗିପାରେ l

ଆମେରିକା ପାଇଁ ଆତ୍ମଘାତୀ ହୋଇପାରେ ନୂଆ ଟାରିଫ –
ଏଏନଆଇ ର ରିପୋର୍ଟ ଅନୁସାରେ ନୂଆ ଟାରିଫ କାରଣରୁ ଆମେରିକାର ଜିଡିପି ଗ୍ରୋଥ ଖସି ୪୦-୫୦ ବେଶିକ ପଏଣ୍ଟ କୁ ଆସିପାରେ, ଏହା ବ୍ୟତୀତ ଆମେରିକାର ଡଲାର ଏବଂ ଲାଗିଥିବା ମୂଲ୍ୟ ବୃଦ୍ଧି କାରଣରୁ ଜିନିଷର ମୂଲ୍ୟ ଆକାଶଛୁଆଁ ହେବ, ଆମେରିକାର ସେକ୍ଟର ସମ୍ପୂର୍ଣ ଭାବରେ ଇଂପୋର୍ଟ ଉପରେ ନିର୍ଭରଶୀଳ,  ଯେପରିକି ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ ଏବଂ କଞ୍ଜିୟୁମର ଡିୟୁରେବୁଲ ଉପରେ ପ୍ରଭାବ ସଫା ସଫା ଜଣାପଡୁଛି, ୟୁଏସ ଫେଡେରେଲ ରିଜର୍ଭ କହିଛି ଯେ ଏହାର ମୁଖ୍ୟ କାରଣ ଟାରିଫ ଅଟେ l

ଆମେରିକା ପକ୍ଷରୁ ପାଖାପାଖି ୪୫ ଆରବ ଡଲାର ର ଭାରତୀୟ ଜିନିଷ ଉପରେ ଟାରିଫ ଲଗାଯାଇଛି , ଏହାଦ୍ୱାରା ଶ୍ରମିକ କାର୍ଯ୍ୟ କରୁଥିବା ସେକ୍ଟର ଯେପରିକି ଟେକ୍ସଟାଇଲ ଇଣ୍ଡଷ୍ଟ୍ରି, ବିଭିନ୍ନ ପ୍ରକାର ଜୁଏଲାରୀ ସେକ୍ଟର ଉପରେ ଖରାପ ପ୍ରଭାବ ପଡିବ, କିନ୍ତୁ ଔଷଧ, ଷ୍ଟିଲ ଜିନିଷ ଏବଂ ସ୍ମାର୍ଟ ଫୋନ କୁ ଏଥିରୁ ଅଲଗା ରଖାଯାଇଛି l ତେଣୁ ଭାରତ ସହିତ ଆମେରିକାର ବାଣିଜ୍ୟ କାର୍ଯ୍ୟ ଘାଟା ହୋଇପାରେ l

Leave A Reply