ଲକ୍ଡାଉନ୍ ପରେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁଟିଂ ଆରମ୍ଭ ହୋଇଯାଇଛି । ତାପସୀ ପନ୍ନୁ ଷ୍ଟାର୍ ଫିଲ୍ମ ‘ରଶ୍ମି ରଧକେଟ୍’ର ସୁଟିଂ ନଭେମ୍ବରରେ ଆରମ୍ଭ ହେବ । ଆର୍ଏସ୍ଭିପି ମୁଭିଜ୍ ଟ୍ୱିଟ୍ କରି ଲେଖିଛି, କିଛି ସମୟ ପରେ ଆମେ ଟ୍ରାକ୍କୁ ଫେରିଛୁ । ଏଥିସହ ଏକ ପୋଷ୍ଟ ସେୟାର କରିଛନ୍ତି ତାପସୀ ଏକ ନୂଆ ଲୁକ୍ରେ ନଜର ଆସିଛନ୍ତି । ନିର୍ଦ୍ଦେଶକ ଆକର୍ଷ ଖୁରାନା କହିଛନ୍ତି ମୁଁ ଓ ମୋ ଟିମ୍ ଏହି ଯାତ୍ରାକୁ ଆରମ୍ଭ କରିବା ପାଇଁ ଅପେକ୍ଷା କରି ରହିଥିଲୁ । କଚ୍ଛର ନମକ ପାନ୍ ଗæôରେ ରହୁଥିବା ଜଣେ ଝିଅର କାହାଣୀ ରଶ୍ମି ରକେଟ୍ । ସେ କ୍ଷୀପ୍ର ବେଗରେ ଦୌଡ଼ିଥାନ୍ତି । ଏହି କାରଣରୁ ଲୋକେ ତାଙ୍କୁ ରକେଟ୍ ନାମରେ ଜାଣନ୍ତି । ସେ ଏଥିଲିଟ୍ ପ୍ରତିଯୋଗିତାରେ ଭାଗ ନେବା ପରେ ତାଙ୍କ ଜୀବନ ବଦଳିଯାଇଛି । ଏହି କାହାଣୀକୁ ଫିଲ୍ମ ସ୍କ୍ରିପଫରେ ବଦଳାଇବାର କାମ କରିଛନ୍ତି ନନ୍ଦା ପରିୟାସାମୀ, ଅନିରୁଦ୍ଧ ଗୁହା ଓ କନିକା ଢିଲ୍ଲନ । ତାପସୀ ଏହି ଫିଲ୍ମ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ୩ ମାସ ହେବ ଟ୍ରେନିଂ ନେଉଥିଲେ ।