କ୍ଲୋରିନ୍ ଡାଇଅକ୍ସାଇଡ୍କୁ ଟଏଲେଟ୍ କ୍ଲିନର୍ ଭାବେ ବ୍ୟବହାର କରାଯାଏ । ଏହାଦ୍ୱାରା କୀଟାଣୁ ମରିଯାନ୍ତି । ଏପରି କହି କେତେକ ଥିଓରିଷ୍ଟ୍ ଏହାକୁ କରୋନାର ଔଷଧ ଘୋଷଣା କରିଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବାରଣ ସତ୍ତେ୍ୱ ବୋଲିଭିୟା ସରକାର ବିଷାକ୍ତ ବ୍ଲିଚ୍କୁ କରୋନା ଚିକିତ୍ସା ପାଇଁ ମଞ୍ଜୁରି ଦେଇଛନ୍ତି । ବୋଲିଭିୟାର ଲୋକାଲ ମିଡିଆ ରିପୋର୍ଟ ଅନୁଯାୟୀ ଲାଟିନ୍ ଆମେରିକାନ୍ ଦେଶର ବିଧାନସଭା ଏହି ବ୍ଲିଚ୍କୁ କରୋନା ରୋଗୀଙ୍କ ଉପରେ ବ୍ୟବହାର କରିବାକୁ କହିଛନ୍ତି । ଏହି କାରଣରୁ ଅନେକ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସା ପାଇଁ ଏହାର ବ୍ୟବହାରକୁ ମଞ୍ଜୁରି ମିଳିଛି ।