Odisha news

ଗଞ୍ଜାମ ଜିଲ୍ଲା ଆୟୁଷ ଡାକ୍ତର ସଂଘର ନୂତନ କର୍ମକର୍ତ୍ତା ଚୟନ, ଚନ୍ଦ୍ରଶେଖର ସଭାପତି ଓ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ

0

ଛତ୍ରପୁର ,24/8: ଗଞ୍ଜାମ ଜିଲ୍ଲା ଆୟୁଷ ଡାକ୍ତର ସଂଘର ନୂତନ କର୍ମକର୍ତା ଓ ସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଜରୁରୀ ବୈଠକ ସଂଘର ଉପଦେଷ୍ଟା ଡାକ୍ତର ସଞ୍ଜୟ କୁମାର ସାହୁ, ଡାକ୍ତର  କମଳକାନ୍ତ ଦାସ ଓ ଡାକ୍ତର ରାଜକିଶୋର ସାହୁଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟତଃ  ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ସମ୍ପାଦକ ଡାକ୍ତର  ରବୀନ୍ଦ୍ର ନାଥ ଗନ୍ତାୟତ ବିବରଣୀ ପାଠ କରିଥିଲେ |

ସଂଘର ବିଭିନ୍ନ ଦାବି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସଂଘ ପକ୍ଷରୁ ବାରମ୍ବାର ଦାବି  କରାଯାଇଥିଲେ   ସୁଦ୍ଧା ଏପର୍ଯ୍ୟନ୍ତ ଆୟୁଷ ଡାକ୍ତରମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ପଦକ୍ଷେପ ନିଆଯାଇ ନାହିଁ | ତେଣୁ ସଂଘ ପକ୍ଷରୁ ବୈଠକରେ କ୍ଷେlଭ  ପ୍ରକାଶ କରାଯାଇଛି | ଏଣୁ  ଗଞ୍ଜାମ ଜିଲ୍ଲା ସଂଘ ପକ୍ଷରୁ ଏହାକୁ ଅଧିକ ଗୁରୁତ୍ୱ ଦେଇ ସଂଘର କର୍ମକର୍ତା ମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି  |

ଏହି ଅବସରରେ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ନୂତନ କର୍ମକର୍ତା ଚୟନ କରିଛନ୍ତି | ଗଞ୍ଜାମ ଜିଲ୍ଲା ଆୟୁଷ ସଂଘର ସଭାପତି ଭାବେ ଡାକ୍ତର ଚନ୍ଦ୍ର ଶେଖର ମିଶ୍ର ସାଧାରଣ ସମ୍ପାଦକ ଡାକ୍ତର  ରଵୀନ୍ଦ୍ରନାଥ ଗନ୍ତାୟତ, ଉପସଭାପତି ଡାକ୍ତର  ଦେବାଶିଷ ଶତପଥୀ , ସହ ସମ୍ପାଦକ ଡାକ୍ତର ଇ.ଜଗନ୍ନାଥ ,କୋଷାଧକ୍ଷ  ଡାକ୍ତର  ସୁନିତା ପ୍ରଧାନ,ରାଜ୍ୟ ସଂଯୋଜକ ଭାବେ ଡାକ୍ତର  ସରୋଜ ପ୍ରଧାନ , ଏବଂ ଡାକ୍ତର ମୀରା ପଣ୍ଡାଙ୍କୁ ଚୟନ କରାଯାଇଛି |

ଏହା ସହିତ ଅର୍ଥ ପରାମର୍ଶ କମିଟିର ସଦସ୍ୟ ଭାବେ ଡାକ୍ତର  ମନୋଜ ତ୍ରିପାଠୀ , ଡାକ୍ତର  ଶ୍ରୀକାନ୍ତ ତ୍ରିପାଠୀ ,ଡାକ୍ତର  ରାମାନୁଜ ପଟନାୟକ , ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ ଓ ଡାକ୍ତର ବିଜୟଲକ୍ଷ୍ମୀ ପଣ୍ଡା  ମନୋନୀତ ହୋଇଛନ୍ତି | ସେହିପରି ସଂଘ ପରିଚାଳନାର କମିଟି ସଦସ୍ୟ ଭାବେ ଡାକ୍ତର ମନ୍ମଥ ବେହେରା ,ଡାକ୍ତର  କୃଷ୍ଣ ଶରଣ ପାଲ , ଡାକ୍ତର  ସତ୍ୟ ନାରାୟଣ ସାହୁ , ଡାକ୍ତର  ଦେବୀ ପ୍ରସାଦ ଦାସ ଓ ଡାକ୍ତର  ସୁଶାନ୍ତ କୁମାର ବେହେରା ଙ୍କୁ ମନୋନୀତ କରାଯାଇଛି | ସେହିପରି ସଂଘ ର  ମହିଳା ନେତ୍ରୀ ଭାବେ ଡାକ୍ତର ମମତା ମିଶ୍ର ଙ୍କୁ ଚୟନ କରାଯାଇଛି l   ଶେଷରେ ଡାକ୍ତର  ତପସ୍ୱିନୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଂଘର ସାମଗ୍ରୀକ  ଉନ୍ନତି କାମନା କରିଛନ୍ତି |

Leave A Reply