ଡେଙ୍ଗୁ ରୋଗୀଙ୍କ କୋଭିଡ୍ ଟେଷ୍ଟ୍ ପଜିଟିଭ୍ ଆସିପାରେ । ଦୁଇଟି ଅଧ୍ୟୟନରେ ଏଭଳି ଆଶଙ୍କା ଦେଖିବାକୁ ମିଳିଛି । ଏଥିରୁ ଗୋଟିଏ ଅଧ୍ୟୟନ ଇସ୍ରାଏଲ୍ ଓ ଅନ୍ୟଟି କଲିକତାର ସିଏସ୍ଆଇଆର୍-ଆଇଆଇସିବିରେ ହୋଇଛି । କରୋନା ଟେଷ୍ଟ୍ ପଜିଟିଭ୍ ଆସୁଥିବା ଡେଙ୍ଗୁ ରୋଗୀଙ୍କ ଔଷଧରେ ପରିବର୍ତ୍ତନ କରାଗଲେ ସେମାନଙ୍କ ପାଇଁ କ୍ଷତିକାରକ ହୋଇପାରେ । ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ୁଛି । ଏବକା ପାଣିପାଗ ଯୋଗୁ ଭାଇରାଲ ସଂକ୍ରମଣ ଅଧିକ ବ୍ୟାପୁଛି । ଡେଙ୍ଗୁ ରୋଗୀଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ କରୋନା ରୋଗୀଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଡେଙ୍ଗୁ ରୋଗ ଡାକ୍ତରଙ୍କ ଚିନ୍ତା ବଢ଼ାଇଛି ।
