ବଲିଉଡ୍ ପରେ ଏବେ ଓଡ଼ିଆ ଅଭିନେତ୍ରୀ ତିଥି ଓରଫ୍ ଶୁଭଙ୍କରୀ ଦେବୀ ଟଲିଉଡ୍ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଓଲିଉଡ୍ରେ ଜଷ୍ଟ୍ ମହବତ, ବାବୁ ଭାଇଜାନ, ମିଃ କହ୍ନେଇୟା ଓ ଟିଭି ସିରିଏଲ୍ ବଡ଼ ଘର ବଡ଼ ଗୁମର କଥା, ଜୟ ମା’ ଲକ୍ଷ୍ମୀରେ ଅଭିନୟ ପରେ ଶୁଭଙ୍କରୀ ଥିଏଟର୍ କୋର୍ସ ପାଇଁ ମୁମ୍ବାଇ ଯାଇଥିଲେ । ବେଙ୍ଗଲୁରୁରେ ରହିବା ସମୟରେ ଟଲିଉଡ୍ର ଅହଂ ବ୍ରହ୍ମସ୍ୱୀ, କନ୍ନଡ଼ରେ ‘ମଇନା’ରେ ଅଭିନୟ ପରେ ମିଃ ଧର୍ମାରେ ଲିଡ୍ ରୋଲ୍ରେ ସୁଯୋଗ ମିଳିଲା । ତାମିଲ, ତେଲୁଗୁ ଓ କନ୍ନଡ଼ ଭାଷାରେ ନିର୍ମିିତ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଟଲିଉଡ୍ରେ ପରିଚୟ ସୃଷ୍ଟି କରିଥିବା ଶୁଭଙ୍କରୀ କେବେ ଓଡ଼ିଆ ସିନେଜଗତକୁ ଫେରିବେ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।