Odisha news

ସ୍କେଟିଂ ପ୍ରଶିକ୍ଷଣ ଶିବିର ମହା ସମାରୋହ ରେ ଉଦଯାପିତ.

0
ତାଳଚେର ଜେଶିଆଈ ( ଜୁନିଅର ଚାମ୍ବର ଇଣ୍ଟରନେସନାଲ) ଆନୁକୁଲ୍ୟ ରେ ସ୍ଥାନୀୟ ଜଗନ୍ନାଥ ଏରିଆ ଡିଏଭି ସ୍କୁଲ ରେ ବିଗତ ସାତ ଦିନ ଧରି ଚାଲି ଆସୁଥିବା ସ୍କେଟିଂ ପ୍ରଶିକ୍ଷଣ ଶିବିର ଶନିବାର ମହା ସମାରୋହ ରେ ଉଦଯାପିତ ହୋଇ ଯାଇଅଛି। ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ ଉପ ସଭାପତି ବରିଷ୍ଠ ସାମ୍ବାଦିକ ଡା. ରଶ୍ମି ରଂଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମେଡାଲ ଏବଂ ମାନପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ତାଳଚେର ଯେଶିଆଈ ର ଏପରି କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିଥିଲେ। ସେ ଛାତ୍ର ଛାତ୍ରୀ ଙ୍କୁ ନିଜ ନିଜ ଘରେ ସ୍କେଟିଂ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଡିଏଭି ସ୍କୁଲ ର ଭାଇସ୍ ପ୍ରିନ୍ସପାଲ ସି ଆର ଚକ୍ରବର୍ତ୍ତୀ ଯୋଗ ଦେଇ କହିଥିଲେ ସ୍କେଟିଂ ପ୍ରଶିକ୍ଷଣ ଆଜି ପର୍ଯ୍ୟନ୍ତ କେବଳ ବଡ଼ ସହର ରେ ଉପଲବ୍ଧ ହେଉଥିଲା, କିନ୍ତୁ ତାଳଚେର ଜେସିଆଈ ଦ୍ବାରା ଆଜି ଏ ପ୍ରଶିକ୍ଷଣ ତାଳଚେର ର ଛାତ୍ର ଛାତ୍ରୀ ଙ୍କ ପାଇଁ ଉପଲବ୍ଧ ହୋଇ ପାରି ଅଛି। ପରିସେଶ ରେ କୃତି ଛାତ୍ର ଛାତ୍ରୀ ମାନକୁ ପୁରସ୍କୃତ କରା ଯାଇଥିଲା। ତାଳଚେର ର ଛାତ୍ର ଅଭ୍ୟୁକ୍ଟ୍ ଆର୍ଯନ୍ ଗିରି ବମ୍ବେ ଠାରେ ହୋଇଥିବା ଆନ୍ତରଜାତୀୟ ସ୍କେଟିଂ ଚାମ୍ପିଅନସିପ ରେ ଭାରତ କୁ ରିପ୍ରେଜେନଟ କରି ସୁନାମ ଆଣି ଥିବା ରୁ, ତାଙ୍କୁ ମଧ୍ୟ ତାଳଚେର ଜେଷିଆଇ ପକ୍ଷ ରୁ ସମ୍ମାନିତ କରା ଯାଇଥିଲା। ତାଳଚେର ଯେସିଆଈ ର ସଭାପତି କୁଶଳ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମରହୋ ରେ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ପ୍ରକଳ୍ପ ଅଧିକାରୀ ସରୋଜ ଗିରି ଓ ସମ୍ପାଦକ ମହେଶ ଅଗ୍ରୱାଲ ଯଥାକ୍ରମେ ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜେସିଆଇ ର ପୂର୍ବତନ ଜୋନ ସଭାପତି ଆଶିଷ ଅଗ୍ରୱାଲ, ବାସୁଦେବ ସାହୁ, ମୋନିଶ ଅଗ୍ରୱାଲା, ପ୍ରତାପ ବାରିକ, ଜିତେନ୍ଦ୍ର ଅଗ୍ରୱାଲ, ନନ୍ଦ ଲାଲ ଅଗ୍ରୱାଲ, ପ୍ରଦୀପ ପାଲ୍, ଲିପିକା ମିଶ୍ର, ରଶ୍ମି ଅଗରୱାଲ, ପଲ୍ଲବୀ ଅଗ୍ରୱାଲ ଏବ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Leave A Reply