ଆନନ୍ଦପୁର : ତରିମୂଳ ଗ୍ରାମରେ ମା ମଙ୍ଗଳା କିକ୍ରେଟ କ୍ଲବ ଆନୂକୁଲ୍ୟରେ ମିନି ଷ୍ଟାଡିୟମରେ ରାତ୍ରି କାଳୀନ କ୍ରିକେଟ ମହୋତ୍ସବ ଉଦଘାଟିତ ହୋଇଯାଇଛି ତିନି ଦିବସୀୟ ରାତ୍ରି କାଳୀନ ଚତୁର୍ଥ ବାର୍ଷିକ ଟି-୨୦କକ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୬ଟି ଦଳ ଯୋଗଦେଇଥିଲେ। ଉଦଘାଟନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏବଂ ଦେଓଗାଁ ସରପଞ୍ଚ ସତ୍ୟରଞ୍ଜନ ଭୂୟାଁ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ପରିବାରରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ମୋଟ ୧୬ଟି ଦଳକୁ ନେଇ ଟି-୨୦ ଫର୍ମାଟରେ ଫ୍ଲଡ ସାଇଟରେ ଏହି ଖେଳ ଅନୁଷ୍ଠିତ ହେଉଛି। ମ୍ୟାଚ ପରିଚାଳନାରେ ଅମ୍ପାୟାର ସୁରେଶ ଭୂୟାଁ,ଅନିଲ ସେଠୀ, ଦାୟିତ୍ବ ସମ୍ପାଦନ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମା ମଙ୍ଗଳା କ୍ରିକେଟ କ୍ଲବ ପକ୍ଷରୁ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ
