ତାଳଚେର ତା ୨୯/୦୩ ତାଳଚେରରେ ହେଲିପ୍ୟାଡ଼୍ ନିର୍ମାଣ ପାଇଁ ସରକାରୀ ମଞ୍ଜୁରୀ ଦେଇଥିବା ଘଟଣା ଏବେ ଏଠାରେ ଚର୍ଚ୍ଚା ଆଲୋଚନାର ମୁଖ୍ୟ ବିଷୟ ହୋଇଛି । ଏଥିନେଇ ରାଜ୍ୟ ଖଣି ଇସ୍ପାତମନ୍ତ୍ରୀ ପ୍ରଫୁଲ୍ଲ ମଲିକ ପୂର୍ବତନ ମୁଖ୍ୟଶାସନ ସଚ୍ଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏସମ୍ପର୍କରେ ଏକ ପତ୍ର ଲେଖିଥିଲେ । ତଦ୍ ଅନୁସାରେ ରାଜ୍ୟ ସରକାର ଏହି ହେଲି ପ୍ୟାଡ଼୍ ପାଇଁ ମଞ୍ଜୁରୀ ଦେଇଥିବା କୁହାଯାଉଛି । ପ୍ରକାଶ ଥାଉକି, ତାଳଚେର ଏକ ଖଣିଖାଦନ ହୋଇଥିବାରୁ ଏଠାକୁ ପ୍ରତ୍ୟେକ ଦିନ ବାହାର ରାଜ୍ୟରୁ ଲୋକ ଏଠାକୁ ଯିବାଆସିବା କରୁଥିବା ବେଳେ ଏଠାରୁ ମଧ୍ୟ ବିଭିନ୍ନ କାମ ସହିତ ଗୁରୁତର ରୋଗୀଙ୍କୁ ଅନ୍ୟ ରାଜ୍ୟକୁ ସ୍ଥାନ୍ତରିତ କରିବାକୁ ବିମାନ ସେବା ଜରୁରି ଥିବା ଲକ୍ଷ୍ୟ କରି ପୂର୍ବତନ ଜିଲ୍ଳାପାଳ ଅରବିନ୍ଦ ପାଢ଼ୀ ତଥା ବର୍ତମାନ କୃଷିବିଭାଗ ସଚ୍ଚିବ ଏନେଇ ତାଳଚେର ରାଣୀପାର୍କ ଅଂଚଳରେ ଜମିଚିହ୍ନଟ ପ୍ରକ୍ରିୟା ନିମନ୍ତେ ତାମଡ଼ାକୁ ନିର୍ଦ୍ଦେଶ ଦେଇଥିଲେ । ତାମଡ଼ା ପକ୍ଷରୁ ବିଧିବଦ୍ଧଭାବେ ରାଣୀପାର୍କର ଜମି ଚିହ୍ନଟକରି ଏହାର ନକ୍ସା ଜିଲ୍ଳାପାଳଙ୍କୁ ସେହି ସମୟରେ ପ୍ରଦାନ କରିଥିଲେ । ମାତ୍ର ଏଠାରୁ ଜିଲ୍ଳାପାଳ ଶ୍ରୀ ପାଢ଼ୀ ଅନ୍ୟତ୍ର ବଦଳି ହେବାପରେ ଏହି ପ୍ରସଙ୍ଗ ନାଲିଫିତା ଫାଇଇ ମଧ୍ୟରେ ଡ଼ୋରୀବନ୍ଧା ହୋଇ ରହିଗଲା । ପୁନଶ୍ଚ ପୂର୍ବତନ ପାଲହଡ଼ା ବିଭୂଧେନ୍ଦୁ ପ୍ରତାପ ଦାସ ଖଣିମନ୍ତ୍ରୀ ଶ୍ରୀ ମଲ୍ଲୀଙ୍କୁ ,ସମ୍ପର୍କରେ ଅବଗତ କରାଇବା ପରେ ଏହାର ପୁନର୍ଜିବୀତ ହେବାକୁ ଯାଉଛି । ତେବେ ଏହି ହେଲିପ୍ୟାଡ ପ୍ରସଙ୍ଗ ପ୍ରଚାର ହେବାପରେ ବିଭିନ୍ନ ମହଲରେ ଖୁସିର ମାହୋଲ ଖେଳାଇଦେଇଛି ।