Odisha news

ରାହୁଳ ଙ୍କ ସଭ୍ୟପଦ ରଦ୍ଦକୁ କଂଗ୍ରେସ ନେତା ଙ୍କ ନିନ୍ଦା

0
ଛତ୍ରପୁର,୨୯/୩ : କଂଗ୍ରେସର ପ୍ରମୁଖ ନେତା ରାହୁଳ  ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦକୁ ନେଇ ମୁହଁ ଖୋଲିଛନ୍ତି ଛତ୍ରପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଭାଗରିଥୀ ବେହେରା । ଏଭଳି ଘଟଣାକୁ ସେ ନିନ୍ଦା କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ରାହୁଳ  ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବୁଧବାର ଛତ୍ରପୁର ସ୍ଥିତ ଲିସାଗ୍ୟାଲେକ୍ସି ଠାରେ ଆୟୋଜିତ ଏକ ସ୍ୱାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ରାହୁଳ  ଗାନ୍ଧୀଙ୍କ ଭାରତଯୋଡା ଯାତ୍ରା ମାଧ୍ୟମରେ ଅଭୂତପୂର୍ବ ଜନସମର୍ଥନ ମିଳିଥିଲା । ଏହାକୁ ନେଇ ବିଜେପି ଚିନ୍ତିତ ଥିଲା । କଂଗ୍ରେସ ଓ ରାହୁଳ  ଗାନ୍ଧୀଙ୍କ ପ୍ରତି ଲୋକପ୍ରିୟତା ବଢ଼ୁଥିବାରୁ ବିଜେପି ଷଡଯନ୍ତ୍ର କରି ତାଙ୍କରି ସଦସ୍ୟ ପଦ ରଦ୍ଦ କରିଥିବା ନେଇ ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । କଂଗ୍ରେସ ଦଳ ପ୍ରତି ଲୋକଙ୍କ ଆସ୍ଥା ବଢ଼ୁଥିବାରୁ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଏହାର ପ୍ରଭାବ ପଡିବା ଆଶାଙ୍କା କରି ବିଜେପି ପକ୍ଷରୁ ହୋଇଥିବା ଏଭଳି ହୀନ ଉଦ୍ୟମ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହଁ ବୋଲି ମଧ୍ୟ ଶ୍ରୀ ବେହେରା କହିଛନ୍ତି ।
 ମୋଦି ସରକାର ପୁଞ୍ଜିପତିମାନଙ୍କୁ ସୁଆଇଲା ଭଳି ନୀତି ଆପାଣାଉଛନ୍ତି । ଏହାସହତି ଦେଶର ସମ୍ବିଧାନ ଓ ଗଣତନ୍ତ୍ର ହତ୍ୟା କରିବା ପାଇଁ ପ୍ରୟାସ ଚଲାଇଛନ୍ତି । ଏହି ଏକଛତ୍ରବାଦୀ ଶାସନ ବିରୋଧରେ ଜନସାଧାରଣ ମାନେ ଏକତ୍ରିତ ହେବା ନିମନ୍ତେ ବହୁ ବୁଦ୍ଧିଜୀବୀ, କଂଗ୍ରେସ ଓ କମ୍ୟୁନିଷ୍ଟ ଦଳର ନେତାମାନେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ମୋଦି ସରକାରଙ୍କ ବିରୋଧରେ ବିରାଟ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ଏନ୍‌,ନାରାୟଣ ରେଡ୍ଡୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନ୍ ସଂପାଦକ ସିଏଚ୍‌.ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନ୍ ସଂପାଦକ ଡି.ଆଦିନାରାୟଣ ରେଡ୍ଡୀ, ଋଷିକୁଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ, ଆଇନଜୀବୀ ବାବୁ ନାହାକ, ଭବାନୀ ବେହେରା, ମହେଶ ଚନ୍ଦ୍ର ଗୌଡ, ଚକ୍ରପାଣି ପଲାଇ, ସନାତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Nalco
Leave A Reply