ତାଳଚେର ତା ୨୭/୦୩ ତାଳଚେର ହାଟତୋଟା ସ୍ଥିତ ଟ୍ରକମାଲିକସଂଘ କାର୍ଯ୍ୟାଳୟ ପରିସରରେ ଆଜି ସକାଳ ୧୧ଘଟିକା ସମୟରେ ପୂର୍ବନିଷ୍ପତିକ୍ରମେ ତାଳଚେର ମୁଖ୍ୟଡ଼ାକଘର ପକ୍ଷରୁ ଡ଼ାକମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଡ଼ାକ ନିରୀକ୍ଷକ ଢ଼େଙ୍କାନାଳ ଜଗଦିଶ ପ୍ରସାଦ ଦାସ, ଉନ୍ସିପେକ୍ଟର ଅଫ୍ ପୋଷ୍ଟାଲ ରମେଶ ଚନ୍ଦ୍ର ପ୍ରଧାନ, ହରେଶ ଚନ୍ଦ୍ର ମିଶ୍ର ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଡ଼ାକକର୍ମଚାରୀ ମାନଙ୍କୁ ସହର ଠାରୁ ୍ରଗାମାଚଂଳ ପର୍ଯ୍ୟନ୍ତ ଡ଼ାକଘର ବିଭିନ୍ନ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯାଇବା ସହିତ ଜନସଚେତନତା ସୃଷ୍ଟି କରିବା ନେଇ ଉକ୍ତ ବୈଠକରେ ନିଷ୍ପତି ନିଆଯାଇଥିଲା । କେନ୍ଦ୍ର ସରକାରଙ୍କ ସୁକନ୍ୟା ଯୋଜନା, ରେକୋରିିଙ୍ଗ ଡ଼ିପୋଜିଟ୍, ଫିକ୍ସ ଡ଼ିପୋଜିଟ୍ ଓ ଜୀବନବୀମା ଯୋଜନା ଇତ୍ୟାଦି ମହତକାର୍ଯ୍ୟ ଉପରେ ଡ଼ାକପାଳ ମାନେ ଘରଘର ବୁଲି ଏହି ଯୋଜନାରେ ସାମିଲ ହେବାକୁ ଲୋକଙ୍କୁ ପ୍ରବର୍ତାଇବା ଏହାର ମୁଖ୍ୟଲକ୍ଷ୍ୟ । ୧୯ବର୍ଷରୁ ୬୦ପର୍ଯ୍ୟନ୍ତ ବାର୍ଷିକ ୨୯୯ଟଙ୍କା ଡ଼ାକଘରେ ସଚଂୟ ଜୀବନବୀମା ସ୍କିମ୍ରେ ଡ଼ିପୋଜିଟ୍ କଲେ କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ବରଣ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ କ୍ଷତିପୂରଣ ବାବଦକୁ ପରିବାରକୁ ୧୦ଲକ୍ଷ ଟଙ୍କା ଓ ବାର୍ଷିକ ୩୯୯ଟଙ୍କା ଡ଼ିପୋଜିଟ୍ କଲେ ୧୦ଲକ୍ଷଟଙ୍କା ସମେତ ଦୁଇଟି ପିଲାଙ୍କ ପାଠପଢ଼ିବା ଖର୍ଚ୍ଚ ୨ଲକ୍ଷଟଙ୍କା ସର୍ବମୋଟ ୧୨ଲକ୍ଷ ଟଙ୍କା ପୋଷ୍ଟଅଫିସ ପକ୍ଷରୁ ଏହି ଯୋଜନାରେ ମିଳିବପାରିବ ବୋଲି ଡ଼ାକବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଡ଼ାକଘର ପକ୍ଷରୁ ୮୦ଜଣ କର୍ମଚାରୀ ଯୋଗଦେଇଥିଲେ । ତେବେ ଏହି ଯୋଜନା ମାଧ୍ୟମରେ ସର୍ବସାଧାରଣ ଜନତା ଏଥିରୁ ବେଶ ଲାଭବାନ୍ ହୋଇପାରିବେ ବୋଲି କୁହାଯାଉଛି ।