Odisha news

ଶ୍ରୀ ଶ୍ରୀ ଅଖଣ୍ଡ ଷୋହଲ ପ୍ରହର ନାମଯଜ୍ଞ ଉପଲକ୍ଷେ କଳସଯାତ୍ରା 

0
ନୂଆପଡ଼ା  (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମପଞ୍ଚାୟତ ସ୍ଥାନୀୟ ମୁନସୀପଡା ଠାରେ ଶ୍ରୀ ଶ୍ରୀ ଅଖଣ୍ଡ ଷୋହଳ ପ୍ରହର  ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥି ସକାଶେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି। ଗ୍ରାମର ଶତାଧିକ ମହିଳାମାନେ କଳସ ଧରି  ନିକଟସ୍ଥ ମହାବନ୍ଧ ପୋଖରୀରୁ ପାଣି ଆଣି ଯଜ୍ଞ ମଣ୍ଡପଠାରେ ପହଂଚିଛନ୍ତି। ଏହି କଳସ ଶୋଭାଯାତ୍ରାରେ ଘଣ୍ଟଦଳ ର ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଭକ୍ତମାନେ ବିଭୋର ହୋଇଛନ୍ତି ନାଚି ଉଠିଛନ୍ତି। ଏହି ଯଜ୍ଞ ଏପ୍ରିଲ ଏଗାର ତାରିଖରୁ ଆରମ୍ଭ ହୋଇ  ତେର ତାରିଖରେ ପୂର୍ଣ୍ଣାହୂତି ହେବ।ଏହି ଯଜ୍ଞର କର୍ତ୍ତା ଭାବେ ଗୌରଚନ୍ଦ୍ର ରଣା ସହ ତାଙ୍କ ସହଧର୍ମିଣୀ ବାସନ୍ତୀ ରଣା ରହିଛନ୍ତି। ସଭାପତି ଭାବେ ବଲ୍ଲଭ ନାୟକ ଓ ସମ୍ପାଦକ ଭାବେ ଉମାଶଙ୍କର ରଣା ରହିଛନ୍ତି। ଯଜ୍ଞର ପୂଜକ ଭାବେ କ୍ଷୀରୋଦ ଖମାରୀ ଓ ସହ ପୂଜକ ଭାବେ ଆଶିଷ ଖମାରୀ ଓ ଜପକ ଭାବେ ଅଯୋଧ୍ୟାନାଥ ପଣ୍ଡା ଯୋଗଦାନ କରିଛନ୍ତି। ଯଜ୍ଞ କମିଟିରେ ଉପେନ୍ଦ୍ର ନାୟକ, ରୁଷି ମୋହନ ଶବର, ଭୁତ ବନଛୋର, ତିରନ ବନଛୋର, ହରି କେଶ ରଣା, ହେମ ସାଗର ରଣା, ରଘୁନାଥ ହଂସ, କାର୍ତ୍ତିକ ଶଗରିଆ, ପ୍ରହ୍ଲାଦ ରଣା, ଦିଲିପ ଦଳପତି, ପ୍ରେମ ରଣା, ଦାମୋଦର ନାୟକ, ଟିକଚନ ଶବର ଡିଗେଶ୍ଵର ଶବର, କୁଳଚନ୍ଦ୍ର ରଣା,  ରାଧେଶ୍ୟାମ ନାୟକ, କୃଷ୍ଣ ନାୟକ, ସ୍ୱାଧୀନ ନାୟକ, ପ୍ରଦୀପ ଦଳପତି, ଦେବେନ୍ଦ୍ର ଦଳପତି, ଯୁବଳେଶ୍ଵର ନାୟକ ସହ ଗ୍ରାମର ଆବାଳବୃଦ୍ଧ ବନିତା ଏହି କଳସ ଶୋଭାଯାତ୍ରାରେ ସାମିଲ ଥିଲେ। ଏହି ସଂସାରରେ ହରିନାମ ଏକ ସାର ଅଟେ. ଏହି ଭବ ସଂସାରରୁ ପରିତ୍ରାଣ ପାଇବା ପାଇଁ ପ୍ରଭୁଙ୍କ ବିଭୁ ନାମ ସ୍ମରଣ କରିବା ଆବଶ୍ୟକ। ଏହି ଅବସରରେ ଶ୍ରୀ ଶ୍ରୀ ଅଖଣ୍ଡ ଷୋହଳ ପ୍ରହର ନାମଯଜ୍ଞ ମାଧ୍ୟମରେ ପ୍ରଭୁଙ୍କ ନାମ କୀର୍ତ୍ତନ କରି ସମସ୍ତେ ମୋକ୍ଷ ପ୍ରାପ୍ତ ହୋଇପାରିବା। ପ୍ରଭୁ ନିରାକାର ସ୍ୱୟଂ ଜଗଦୀଶ୍ୱର ସମସ୍ତଙ୍କ ଦୁଃଖ ହରଣ କରି ସମସ୍ତ ଗ୍ରାମବାସୀ,ଅଞ୍ଚଳବାସୀ,ବିଶ୍ୱବାସୀଙ୍କର ମଙ୍ଗଳ ବିଧାନ କରିବେ. ସମସ୍ତଙ୍କ ଜୀବନ ସୁଖମୟ, ନିରାମୟ, କଲ୍ୟାଣମୟ ହୋଇଉଠୁ ଏହାହିଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା.ଏହି ଅବସରରେ ଦଧିବାମନ ସଂକୀର୍ତନ ମଣ୍ଡଳୀ ଟିକ୍ରାପଡା, ସମଲେଶ୍ୱରୀ ସଂକୀର୍ତନ ମଣ୍ଡଳୀ ଲାଠିଆପାଲି, ପ୍ରେମ ସଂକୀର୍ତନ ମଣ୍ଡଳୀ ଟୁର୍ଛି, ଜୟ ତ୍ରିନାଥ ସଂକୀର୍ତନ ମଣ୍ଡଳୀ ବୁଦ୍ଧିକୋମନା, ନିତାଇ ଗୌର ସଂକୀର୍ତନ ମଣ୍ଡଳୀ ଘୋଟସର, ବାଙ୍କେ ବିହାରୀ ସଂକୀର୍ତନ ମଣ୍ଡଳୀ ମାନିଗୁଡା, କିଶୋରୀ ମହିଳା ସଂକୀର୍ତନ ମଣ୍ଡଳୀ ପିପଲଛଣ୍ଡି, ରାଧାକୃଷ୍ଣ ମହିଳା ସଂକୀର୍ତନ ମଣ୍ଡଳୀ, ଟିକ୍ରାପଡା ଯୋଗଦାନ କରିବେ. ବିଶେଷ ଆକର୍ଷଣ ଭାବେ ଗୁରୁ ସଂଜୟ ସାହୁ, ପ୍ରଦୀପ ସାହୁ, ଗୌରଚନ୍ଦ୍ର ରଣା ଓ ମହିଳା ସଂକୀର୍ତନ ମଣ୍ଡଳୀ ରହିଛନ୍ତି.
Leave A Reply