Odisha news

ଐଶାନ୍ୟ କୋଣକୁ କାହିଁକି ଦେବା ଦେବୀଙ୍କ ବାସ ର ସ୍ଥାନ ବୋଲି କୁହାଯାଇଥାଏ

0

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ବିଭିନ୍ନ ଭାଗରେ ଦେବଦେବୀ ଙ୍କ ବାସ ହୋଇଥାଏ, ସେଥିମଧ୍ୟରୁ ଗୋଟିଏ ହେଉଛି ଘରର ପୂଜା ଘର ସାମିଲ ରହିଛି, ପୂଜା ଘର ପାଇଁ ସବୁଠୁ ଠିକ ସ୍ଥାନ ହେଉଛି ଉତର-ପୂର୍ବ ଦିଗ, ଉତର-ପୂର୍ବ ଦିଗକୁ ଐଶାନ୍ୟ କୋଣ ବୋଲି କୁହାଯାଇଥାଏ, ଏବଂ ଏହି ଦିଗରେ ପୂଜା ଘର କରାଯାଇଥାଏ l ଏବଂ ଏହା ପଛରେ ରହିଛି ବିଶେଷ କାରଣ l

* ଐଶାନ୍ୟ କୋଣକୁ ଦେବଦେବୀ ଙ୍କ କୋଣ ବୋଲି କୁହାଯାଇଥାଏ, ଐଶାନ୍ୟ କୋଣରେ ଯଦି ମନ୍ଦିର ହୋଇଥାଏ ତେବେ ଘରେ ସକାରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ, ହିନ୍ଦୁ ମାନ୍ୟତା ଅନୁସାରେ ଐଶାନ୍ୟ କୋଣରେ ଭଗବାନ ଶିବ ଓ ଜଳ ଦେବତା ଙ୍କ ବାସ ହୋଇଥାଏ, ଏହି ଦିଗ ଆଧ୍ୟାତ୍ମିକ ଉନ୍ନତି ଓ ଶାନ୍ତି ର ପ୍ରତୀକ ଅଟେ l ଏହାଛଡା ଏହି ଦିଗରେ ସୂର୍ଯ୍ୟ ଙ୍କ ପ୍ରଥମ କିରଣ ପଡିଥାଏ l

* ଧ୍ୟାନ ଦେବା ଜରୁରୀ ଯେ ପୂଜା ସ୍ଥଳ ଐଶାନ୍ୟ କୋଣରେ ଏଭଳି ସ୍ଥାନରେ ରଖିବା ଜରୁରୀ ଅଟେ ଯେପରି ପୂଜା କରିବା ସମୟ ରେ ମୁଖ ପୂର୍ବ କିମ୍ବା ଉତର ଦିଗକୁ ରହୁଥିବ l ଏହାଛଡା ଐଶାନ୍ୟ କୋଣରେ ପାଣି ର ଟ୍ୟାଙ୍କ, କୂଅ ବୋର ୱେଲ ରହିବ ଶୁଭ ହୋଇଥାଏ, ଏବଂ ଏହି କୋଣରେ ବରୁଣ ଦେବତା ଙ୍କ ବାସ ହୋଇଥାଏ l

* ଘରେ ଆଧ୍ୟାତ୍ମିକ ଉର୍ଜା ର ସଂଚାର ହୋଇଥାଏ, ଘର ର ଲୋକେ ସୁସ୍ଥ ଓ ସମୃଦ୍ଧ ରହିବା ପାଇଁ ଏହା ଜରୁରୀ ଅଟେ ଯେ ଘରର ଐଶାନ୍ୟ କୋଣକୁ ସଫା, ବାୟୁ ଆତଯାତ ଓ ହାଲୁକା ରଖିବା ଜରୁରୀ ଅଟେ l ଏହି କୋଣରେ ବର୍ଜ୍ୟ ବସ୍ତୁ ରଖିବା ଉଚିତ ନୁହେଁ l  ଏହି ଦିଗରେ ଘରର ଆଲମାରୀ ରଖିବା ଜରୁରୀ l ନା ବାଥ ରୁମ ଓ ବାଥ ରୁମ ଟାଙ୍କି ରଖିବା ମଧ୍ୟ ଉଚିତ ନୁହେଁ l

Leave A Reply