Odisha news

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲୋକାର୍ପଣ କରିବେ

0

ଭୁବନେଶ୍ୱର:  ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ ହେବ। କଟକର ବାଲିଯାତ୍ରା ପଡ଼ିଆରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହିବେ।

ସେହିପରି ଶୁକ୍ରବାର ସଂଧ୍ୟାରୁ ରବିବାର ସଂଧ୍ୟା ପର୍ଯ୍ୟନ୍ତ ପୁରୀରେ ସାଂସଦ ଓ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଶ୍ରୀ ନଡ୍ଡା ଏହି କାର୍ଯ୍ୟକ୍ରମକୁ ଶନିବାର ସକାଳେ ବିଧିବଦ୍ଧ ଉଦ୍‌ଘାଟନ କରିବେ। ହେଲେ ଶୁକ୍ରବାର ଏଥି‌େର ଯୋଗଦେବା ସହ ସେଠାରେ ରାତ୍ରିଯାପନ କରିବେ। ଏହି ଶିବିରରେ ସାଙ୍ଗଠନିକ, ପ୍ରାଶାସନିକ, ବିଚାରଧାରା ଓ କ୍ରିୟାନ୍ୱୟନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି।

Nalco
Leave A Reply