ବାଲିଗୁଡା,୧୦/୫-; ବାଲିଗୁଡାର କୋର୍ଟ ପରିସରରେ ତାଲୁକା ଆଇନ ସେବା ସମିତି ଆନୁକୁଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲା ଦୌରାକୋର୍ଟର ବିଚାରପତି ଶୁଭଶ୍ରୀ ତ୍ରିପାଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲା ଦୌରା ବିଚାରପତିଙ୍କ ସମେତ ,ସିଭିଲ କୋର୍ଟର ବିଚାରପତି ଅପୁର୍ବ ରାଏଏସଡିଜେଏମ କୋର୍ଟର ବିଚାରପତି ମହମ୍ମଦ ଫେଜଲସାହାଁଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲା ଦୌରା କୋର୍ଟରେ ଗାଡି ଦୁର୍ଘଟଣା ମାମଲା ୪ଟି ଥିବା ବେଳେ ଏଥିରୁ ଗୋଟିଏ ମାମଲା ର ବିଚାର ହୋଇ ୧ଲକ୍ଷ୪୦ହଜାର ଟଙ୍କା ରାଜସ୍ୱ ଆଦାୟ ହୋଇଛି । ସିଭିଲ କୋର୍ଟରେ ୯ଗୋଟି ମାମଲା ମଧ୍ୟରୁ ୩ଟି ବିଚାର ହୋଇ ଟ ୩୮୧୨୦୪.୫୪ପଇସା ଆଦାୟ ହୋଇଛି , ସେହିଭଳି ଏସଡିଜେଏମ କୋର୍ଟରେ ଅନେକ ମାମଲା ମଧ୍ୟରୁ ୩୮ ମାମଲାର ବିଚାର ହୋଇଛି । ବିଭିନ୍ନ ସ୍ଥାନର ରେଭିନୂୂ୍ୟ ମାମଲା ୭୮ରୁ ସମସ୍ତ ମାମଲାର ବିଚାର ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଏସବିାାଇ ବାଲିଗୁଡା,ସାରଙ୍ଗଡ,କନୁଆଗାଁ,ବାରଖମା ଅଂଶ ଗ୍ରହଣ କରିଥିଲେ ।