ଭାରତୀୟ ସଂସ୍କୃତି ରେ ଗୋ ମାତା ବା ଗାଈ ଙ୍କ ସ୍ଥାନ ଖୁବ ଊର୍ଧ୍ୱରେ, ହିନ୍ଦୁ ଧର୍ମ ରେ ଗୋମାତା ସର୍ବଦା ପୂଜ୍ୟ ଅଟନ୍ତି, ତେଣୁ ହିନ୍ଦୁ ଧର୍ମ ରେ ଗୋମାତା ଙ୍କୁ ନିୟମିତ ରୁଟି ଖାଇବାକୁ ଦେବାର ପ୍ରଥା ରହିଥାଏ, ଏହା କେବଳ ଗୋଟିଏ ପ୍ରଥା ନୁହେଁ, ଏହା ଗୋଟିଏ ଆଧ୍ୟାତ୍ମିକ ଓ ବୈଜ୍ଞାନିକ କାରଣ ଅଟେ l ଦୀର୍ଘଦିନ ରୁ ଚାଲି ଆସୁଥିବା ଏହି ପରମ୍ପରା ଆଜି ମଧ୍ୟ ରହିଛି ପ୍ରଭାବଶାଳୀ ଅଟେ l
ଧାର୍ମିକ ମହତ୍ୱ ଓ ଶାସ୍ତ୍ର ର ମାନ୍ୟତା –
ହିନ୍ଦୁ ଧର୍ମ ରେ ଏହା ମାନ୍ୟତା ରହିଛି ଯେ ଗୋମାତା ଙ୍କ ମଧ୍ୟରେ ୩୩ କୋଟି ଦେବଦେବୀ ଙ୍କ ବାସ ହୋଇଥାଏ, ଏହାର ଅର୍ଥ ଯେତେବେଳେ ଆମେ ଗୋମାତା ଙ୍କୁ ରୁଟି ଖୁଆଇ ଥାଉ ସେତେବେଳେ ଆମେ ୩୩ କୋଟି ଦେବଦେବୀ ଙ୍କୁ ଏହା ଅର୍ପଣ କରିଥାଉ ଏବଂ ଆମେ ଏକ ସାଙ୍ଗରେ ୩୩ କୋଟି ଦେବଦେବୀ ଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଉ l
– ଶାସ୍ତ୍ର ରେ ସ୍ପଷ୍ଟ ଭାବରେ ବର୍ଣନା ରହିଛି ଯେ ଗୋମାତା ଙ୍କୁ ରୁଟି ଖାଇବାକୁ ଦେବାଦ୍ଵାରା ଈଶ୍ୱର ଙ୍କ କୃପା ଲାଭ ହୋଇଥାଏ l
– ଗାଈ ଙ୍କୁ ରୁଟି ଖାଇବାକୁ ଦେବା ଦ୍ୱାରା ଶନି ଓ ପିତୃ ଦୋଷ ରେ ଗ୍ରାସିତ ବ୍ୟକ୍ତିଙ୍କୁ ମୁକ୍ତି ମିଳିଥାଏ ଏବଂ ନିୟମିତ ଭାବରେ ଗାଈ ଙ୍କୁ ରୁଟି, ଗୁଡ଼ ଓ ଦୁବ ଘାସ ଖାଇବାକୁ ଦେବା ଦ୍ୱାରା ଜୀବନ ରେ ସୁଖ, ସୌଭାଗ୍ୟ ଓ ସମୃଦ୍ଧି ଲାଭ ହୋଇଥାଏ l
– ଭଗବାନ ଶ୍ରୀକୃଷ୍ଣ ଙ୍କର ଗାଈ ଖୁବ ପ୍ରିୟ ଅଟେ, ଭଗବାନ ଙ୍କ ର ସମ୍ପୂର୍ଣ ବାଲ୍ୟ କାଳ ଗୋଶାଳା ରେ ଅତିବାହିତ ହୋଇଛି, କୁହାଯାଏ ଯେ ଯେଉଁମାନେ ଗୋସେବା କରିଥାଆନ୍ତି ସେମାନଙ୍କ ଉପରେ ଶ୍ରୀକୃଷ୍ଣ ଙ୍କର ବିଶେଷ କୃପା ରହିଥାଏ l ଏବଂ ଜୀବନ ରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ l
– ଶାସ୍ତ୍ର ଅନୁସାରେ ଗାଈ କୁ ରୁଟି ଖାଇବାକୁ ଦେବା ଦ୍ୱାରା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ହୋଇଥାଏ, ବିଶେଷ ଭାବରେ ଘରର ପ୍ରଥମ ରୁଟି ଗାଈ କୁ ଖାଇବାକୁ ଦିଆଯିବାର ବିଶେଷ ସଂସ୍କୃତି ରହିଛି l ଯଦି ନିୟମିତ ଭାବରେ ଗୋ ସେବା କରାଯାଏ ଆର୍ଥିକ ସମସ୍ୟା ଦୂର ହୋଇଥାଏ l
– ଗାଈ କୁ ରୁଟି ଖାଇବାକୁ ଦେବା ପଛରେ ଧାର୍ମିକ ସହିତ ବୈଜ୍ଞାନିକ କାରଣ ମଧ୍ୟ ରହିଛି, ଆମେ ଯେତେବେଳେ ଗାଈ କୁ ଭୋଜ ଦେଇଥାଉ ସେତେବେଳେ ତାହା କେବଳ ଗୋଟିଏ ମାନବତାର ପ୍ରତୀକ ନୁହେଁ, ଏହା ପର୍ଯାବରଣ ସନ୍ତୁଳନ ରେ ମଧ୍ୟ ସହାୟକ ହୋଇଥାଏ l ସମାଜ ରେ ଏହି ପରମ୍ପରା ଗୋ-ପାଳନ କୁ ପ୍ରୋତ୍ସାହନ ଦେଇଥାଏ l
– ଗାଈ ର ସଂରକ୍ଷଣ ଗୋଟିଏ ପ୍ରକାରର ଜୈବିକ କୃଷି ଅଟେ, ଏହା ପର୍ଯାବରଣ ସଂରକ୍ଷଣ କୁ ମଧ୍ୟ ବୃଦ୍ଧି କରିଥାଏ l
– ଗାଈ କୁ ରୁଟି ଦେବାର ପ୍ରକ୍ରିୟା ମନକୁ ଶାନ୍ତି ଦେଇଥାଏ, ଏହା ଗୋଟିଏ ଏଭଳି କାର୍ଯ୍ୟ ଯାହା କେବଳ ଆତ୍ମିକ ସନ୍ତୁଳନ ପ୍ରାପ୍ତ ହୋଇଥାଏ l ଏବଂ ପାରିବାରିକ ସମ୍ପର୍କ ରେ ସନ୍ତୁଳନ ଆସିଥାଏ l