ତାଳଚେର ତା ୨୭/୦୩ ତାଳଚେର ବ୍ଲକ ଅଧିନସ୍ଥ ସନ୍ଥପଡ଼ା, ଗୁରୁଜାଙ୍ଗୁଲି, ଜଗନ୍ନାଥପୁର ଓ ବନ୍ତୋଲ ପ୍ରାୟ ୪ଟି ପଂଚୟତର ୧୦ରୁ ୧୫ଟି ଗ୍ରାମରେ ଉତ୍କଟ ପାନୀୟଜଳ ସମସ୍ୟା ଦେଖିବାକୁ ମିଳିଛି । ଏହି ପଂଚାୟତ ଗୁଡ଼ିକରେ ଜଳକଷ୍ଟକୁ ଦୂର କରିବାକୁ ଏମସିଏଲର ସିଏସଆର ପାଣ୍ଠିରୁ ପ୍ରାୟ ୧୦କୋଟି ଟଙ୍କା ବିନଯୋଗ କରି ଆରଡ଼ବ୍ଲୁଏସ୍ଏସ୍ ସାହାଯ୍ୟରେ ସନ୍ଥପଡ଼ା ପଂଚାୟତ ଝାଡ଼ିଅମ୍ବା ଠାରେ ୪୫ଲକ୍ଷ କ୍ଷମତା ବିଶିଷ୍ଟ ଜଳବିଶୋଧନାଗାର ପ୍ରକଳ୍ପ ନିର୍ମାଣ ହୋଇଛି । ଏହାର କାର୍ଯ୍ୟ ୨୦୨୨ମସିହାରୁ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବଡ଼ଦୁଃଖ ଓ ପରିତାପର ବିଷୟ ଏପର୍ଯ୍ୟନ୍ତ ପ୍ରକଳ୍ପଟି କାର୍ଯ୍ୟକାରୀ ହୋଇ ପାରିନାହିଁ ବୋଲି ଗ୍ରାମବାସୀ ପକ୍ଷରୁ ଅଭିଯୋଗ ହୋଇଛି । ଯାହା ଦ୍ୱାରା ତାର ସୁଫଳ ସମ୍ପୃକ୍ତ ଗ୍ରାମବାସୀ ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି । ଏସମ୍ବନ୍ଧରେ ପଂଚାୟତର ଗ୍ରାମବାସୀ ବିଗତ ଦିନରେ ସ୍ଥାନୀୟ ଉଚ୍ଚପଦସ୍ଥ ଅଧିକାରୀ, ଜିଲ୍ଳାପାଳ, ଉପଜିଲ୍ଳାପାଳ ଓ ଆରଡ଼ବ୍ଲୁଏସ୍ଏସ୍ ମୁଖ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଫଳ କିଛି ମିଳିନାହିଁ । ଏଠାରେ ପ୍ରଶ୍ନ ଉଠେ ଯେ, ପ୍ରକଳ୍ପ କାର୍ଯ୍ୟଟି ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କେଉଁ କାରଣରୁ ଉକ୍ତ ପଂଚାୟତବାସୀଙ୍କୁ ସରକାରଙ୍କ ବସୁଧା ପାନୀୟଜଳ ଯୋଜନାରୁ ବଂଚିତ କରାଯାଉଛି ଏବଂ ଚକାଚକ ପ୍ରକଳ୍ପ ଶୋଷରେ ପଂଚାୟତବାସୀ, ବସୁଧା ପାନୀୟଜଳ କାହା ସ୍ୱାର୍ଥରେ ବୋଲି ଉଠିଛି ପ୍ରଶ୍ନ? ଏଠି ପ୍ରଶାସନ, ସ୍ଥାନୀୟ ଲୋକପ୍ରତିନିଧି ଓ ଠିକାଦାରଙ୍କ ମଧ୍ୟରେ ମୂଲଚାଲ ଠିକ୍ ହୋଇପାରୁନଥିବାରୁ ଏଭଳି ସମସ୍ୟା ହେଉଛି ବୋଲି ଉକ୍ତ ଗ୍ରାମବାସୀଙ୍କ ମହଲରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି । ଆଗକୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲୋକମାନେ ପାନୀୟଜଳ ପାଇବାକୁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏଠି ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି । ତେଣୁ ଉକ୍ତ ପନେୀୟଜଳ ସମସ୍ୟାକୁ ତୁରନ୍ତ ବିଭାଗୀୟ କର୍ତୁପକ୍ଷ ଧ୍ୟାନଦେଇ ସମାଧାନ ନକଲେ ଆଗାମୀ ଦିନରେ ଏହି ୪ପଂଚାୟତବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।