ତାଳଚେର:-ହାଣ୍ଡିଧୂଆ-ଶର୍ମାଛକ ବଣିକ ସଂଘ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଅଛି । ପ୍ରକାଶ ଥାଉକି, ବହୁ ଦିନର ଆଶା ଓ ବାରମ୍ବାର ଅନୁରୋଧକୁ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ସମ୍ବଲପୁର ଠାରୁ କଲିକତା ଶାଲିମାର ପର୍ଯ୍ୟନ୍ତ ଏକ ଟ୍ରେନ୍ ର ଚଳାଚଳ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି କ୍ରମରେ ମଙ୍ଗଳବାର ଠାରୁ ସପ୍ତାହକୁ ୩ ଦିନ ସମ୍ବଲପୁର ଓ କଲିକତା ଠାରୁ ଉକ୍ତ ଟ୍ରେନ୍ର ଚଳାଚଳ ଆରମ୍ଭ କରାଯାଇଅଛି । ମଙ୍ଗଳବାର ରାତିରେ ତାଳଚେର ଷ୍ଟେସନ୍ ଠାରେ ସଂଘର ସଭାପତି ସୁବାସ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଅଶୋକ ଲାଲ୍ ଅଗ୍ରୱାଲା, ବିଭୁ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଅନ୍ୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ଉକ୍ତ ଟ୍ରେନ୍ ର ଯାତ୍ରା, ଡ୍ରାଇଭର, ଗାର୍ଡ ଓ ଟିଟିଇ ମାନଙ୍କୁ ପୁଷ୍ପହାର ଦେଇ ସ୍ୱାଗତ ଓ ଅଭିନନ୍ଦନ କରାଯାଇଥିଲା ।