ଗୋଡିବନ୍ଧ: ତାଳଚେର ଉପଖଣ୍ଡ ସମଲଥାନା ଅଂଚଳର ୪ଟି ପଂଚାୟତର ସଂଘରୋଧ କଠୋରୀକୁ ତହସିଲଦାର ପରିଦର୍ଶନ କରିଛନ୍ତି । କଣିହାଁ ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ତହସିଲଦାର ଶ୍ରୀ ପତିତପାବନ ଦେବତାଙ୍କର ଏହି ଗସ୍ତକାଳର ପଂଚାୟତ ମାନଙ୍କରେ ସଂଘରୋଧ କଠୋରୀ ଗୁଡିକରେ ପାନୀୟଜଳ,ବିଦ୍ୟୁତ୍ ସଂଯୋଗ,ପାଇଖାନା,ଖଟିଆ,ସଫାସୁତୁରା ପ୍ରଭୃତିର ତଦାରଖ ସହ ନିତ୍ୟାବଶ୍ୟକ ଉପକରଣ ଉପରେ ଗୁରୁତ୍ୱ ଦେଇଥିଲେ । ଆନ୍ତର୍ଜାତୀୟ ବିପତି ସମୟରେ ବାହାର ରାଜ୍ୟରୁ ଆସୁଥିବା ଓଡିଆଙ୍କ ପାଇଁ ଏହି ସଂଘରୋଧ କଠୋରୀର ଆବଶ୍ୟକତାକୁ ଜରୁରୀ ମନେକରି ସେ ଏହି ପଦକ୍ଷେପ ନେଇଥିବା ଆମ୍ଭ ସ୍ଥାନୀୟ ପ୍ରତିନିଧିଙ୍କୁ ଫୋନ ବର୍ତାଳାପରେ ସୂଚନା ଦେଇଥିଲେ । ପବିତ୍ରନଗର ହାଇସ୍କୁଲ,ଶିପୁରର ମହେଶ୍ୱର ଉଚ୍ଚ ବିଦ୍ୟାଳୟ,କୁଲେଇର ପଂଚପଡା ହାଇସ୍କୁଲ,ସମଲ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଦେଖି ସମସ୍ତ କାର୍ଯ୍ୟ ମଧ୍ୟରେ କୁଲେଇ ପଂଚାୟତର କାର୍ଯ୍ୟାବଳୀକୁ ନିନ୍ଦା କରିଥିଲେ । ସରପଂଚଙ୍କ ଅନୁପସ୍ଥିତିରେ ପଂଚାୟତର ବିର୍ବାହୀ ଅଧିକାରୀ ଝରଣା ନାଏକଙ୍କୁ ସଂଘରୋଧ କଠୋରୀର କାର୍ଯ୍ୟ ତ୍ୱରାନିତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପବିତ୍ରନଗର ସରପଂଚ ବଂଶୀଧର ସାହୁ,ଶିପୁର ସରପଂଚଙ୍କ ପ୍ରତିନିଧି ସୁଶାନ୍ତ ବେହେରା ଓ ଭିଏଲ୍ଡବ୍ଲୁ ହୃଦାନନ୍ଦ ମାଝୀ,ସମଲ ପଂଚାୟତର କଳ୍ପନା ସାହୁଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଆଜି ତହସିଲଦାର ଶ୍ରୀ ଦେବତାଙ୍କ ନିଦେ୍ର୍ଦଶ ଅନୁଯାୟୀ ସଂଘରୋଧ କଠୋରୀର ସମସ୍ତ କାର୍ଯ୍ୟ ଠିକ୍ ଭାବେ ହୋଇଛିକି ନାହିଁ ଜାଣିବାକୁ ପୁନଶ୍ୱ ପରିଦର୍ଶନ କରିଥିଲେ । ତହସିଲଦାରଙ୍କ ସରଜମିନ୍ ପରିଦର୍ଶନର ଉଦ୍ୟମକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ ଭୂୟଂଶୀ ପ୍ରଶଂସା କରିଥିଲେ ।