Odisha news

ଅନୁଗୁଳ : ୩ଟି ବସ ଯୋଗେ ଅନୁଗୁଳରୁ ଝାରଖଣ୍ଡ ଗଲେ ୧୦୦ ଶ୍ରମିକ

0

ଅନୁଗୁଳ: ଝରଖଣ୍ଡ ରାଜ୍ୟ ସରକାର ବାହାର ରାଜ୍ୟରେ କାମ କରୁଥିବା ନିଜ ରାଜ୍ୟର ଶ୍ରମିକଙ୍କୁ ଫେରାଇ ନେବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନୁଗୁଳର ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ଜାଗାରେ କାମ କରୁଥିବା ଶ୍ରମିକଙ୍କୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୋମବାର ଝାରଖଣ୍ଡରୁ ୩ଟି ବସ ଅନୁଗୁଳରେ ପହଚିଂଥିଲା । ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ କେଉଁଠି କେତେ ଝାରଖଣ୍ଡ ଅଚଂଳର ଶ୍ରମିକ କାମ କରୁଛନ୍ତି ସେ ନେଇ ପୂର୍ବରୁ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୦୦ରୁ ଅଧିକ ଶ୍ରମିକ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ପହଚିଂ ସେମାନଙ୍କ ନାମ ପଜିଂକରଣ କରିଥିଲେ । ଏହି ଉପଲକ୍ଷେ ଝାରଖଣ୍ଡରୁ ୩ଟି ବସ ରବିବାର ରାତିରେ ଆସି ଅନୁଗୁଳରେ ପହଚିଂଥିଲେ । ସମ୍ପୃକ୍ତ ବସରେ ଝାରଖଣ୍ଡ ସରକାରଙ୍କର ଅଧିକାରୀ ମାନେ ମଧ୍ୟ ଆସିଥିଲେ । ସୋମବାର ସମସ୍ତ ସରକାରୀ ପ୍ରକ୍ରିୟା ଶେଷ ହେବା ପରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଝାରଖଣ୍ଡର ଶ୍ରମିକ ମାନେ ପଜିଂକରଣ ଅନୁଯାୟୀ ବସରେ ବସିଥିଲେ ।

ଏହି ବସ ଗୁଡିକୁ ସୋମବାର ମଧ୍ୟାହ୍ନରେ ପ୍ରଶାସନ ପକ୍ଷରୁ ଝାରଖଣ୍ଡ ଯିବାପାଇଁ ସବୁଜ ସଂଙ୍କେତ ଦିଆଯାଇଥିଲା । ସମ୍ପୃକ୍ତ ଶ୍ରମିକ ମାନଙ୍କୁ ରାସ୍ତାରେ ଖାଇବା ପାଇଁ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦୦ ରୁ ଅଧିକ ଶ୍ରମିକ ଝାରଖଣ୍ଡ ପ୍ରଦେଶର ଖରସୁଆଁ ଷଢ଼େଇକଳା, ହଜାରୀବାଗ, ରାଚିଂ, ଧାନବାଦ, ପାଲାମୁ, ପୂର୍ବ ସିଂହଭୁମ ପ୍ରଭୃତି ଜିଲ୍ଲାକୁ ଯାତ୍ରା କରିଛନ୍ତି । ନିଜ ଜନ୍ମ ମାଟିକୁ ଫେରୁଥିବାରୁ ଶ୍ରମିକ ମାନେ ବହୁ ଖୁସି ହେଉଥିବା ପ୍ରକାଶ କରିବା ସହ ଏଥିପାଇଁ ଅନୁଗୁଳ ପ୍ରଶାସନ ଓ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply