ଅନୁଗୁଳ: ସୋମବାର ଦିନ ରାଜସ୍ଥାନ କୋଟାରୁ ବସ ଯୋଗେ ଅନୁଗୁଳ ଆସି ପହଚିଂଛନ୍ତି ୪୪ ଜଣ ଛାତ୍ର ଛାତ୍ରୀ । ଦୁଇଟି ମର୍ସେଡିଜ ଭଲଭୋ ବସ ଯୋଗେ ସୋମବାର ପ୍ରାୟ ୧୧ଟା ସମୟରେ ପହଚିଂଥିଲେ ସେମାନେ । ଦୀର୍ଘ ୩ ଦିନର ଯାତ୍ରା ପରେ ନିଜ ମାଟିରେ ସୁରକ୍ଷିତ ପହଚିଂଥିବାରୁ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଅତ୍ୟନ୍ତ ଖୁସି ହୋଇଯାଇଥିଲେ ।
ସେମାନଙ୍କୁ ସ୍ୱାଗତ କରିବା ସହ ସରକାରୀ ନିୟମ ଅନୁସାରେ କ୍ୱାରେଟାଂଇନକୁ ପଠାଇବା ବ୍ୟବସ୍ଥା କରିବାକୁ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ ଓଡିଶା ସୀମାରେ ସମସ୍ତ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ହାତରେ ଅଲିଭା କାଳୀ ଷ୍ଟାମ୍ପ୍ ଲଗାଯାଇଥିବାରୁ ଅନୁଗୁଳରେ ସେମାନଙ୍କର ଆଉ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇନଥିଲା । ତା ପରେ ପ୍ରଶାସନ ପକ୍ଷରୁ ସମସ୍ତ ଡାକ୍ତରଙ୍କ ଉପସ୍ଥିତିରେ ଜଣ ଜଣ ଛାତ୍ର ଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପର୍କୀତ ତାଲିକା ଦେଖି ଜଣ ଜଣ କରି ତାଙ୍କର ଅଭିଭାବକ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ସମସ୍ତ ଅଭିଭାବକଙ୍କ ଠାରୁ ଅଣ୍ଡରଟେକିଂ ରଖାଯାଇଥିଲା ।
ହୋମ କ୍ୱାରେଟାଂଇନରେ ସମସ୍ତ କଟକଣାକୁ ମାନି ରହିବାକୁ ପ୍ରଶାସନ ତରଫରୁ ତାଗିଦ୍ କରାଯାଇଥିଲା । ତେବେ ସମସ୍ତ ସରକାରୀ ନିୟମ ପାଳନ କରି ଛାତ୍ରଛାତ୍ରୀଙ୍କୁ ପା୍ରୟେ ୨ ଘଟାଂ ବିଳମ୍ବରେ ଛଡା ଯିବାରୁ କେତେକ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ରାଜ୍ୟ ସରକାର ଓ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ରାଜସ୍ଥାନର କୋଟା ସହରରୁ ଅନୁଗୁଳ ଅଣାଯାଇଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଓ ଅନୁଗୁଳ ଜନସାଧାରଣ ପକ୍ଷରୁ ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କୁ ଆସିବା ରାସ୍ତାରେ ସମସ୍ତ ପ୍ରକାର ଖାଦ୍ୟପେୟ ର ବନେ୍ଦାବସ୍ତର ସୁଚାରୁରୂପେ କରାଯାଇଥିଲା ବୋଲି ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି ।